ହେଡଲାଇନସ୍:

5T ସଚିବଙ୍କ ମାଧ୍ୟମରେ ଗୁହାରୀ ଶୁଣିଲେ ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଦୁଇ ଗରୀବ ରୋଗୀଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ପ୍ରଦାନ

ବେଲଗୁଣ୍ଠା/ଶିବରାମ ଚୌଧୁରୀ:  ଗତ ଅଗଷ୍ଟ ଛବିଶି ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ସୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ଗ୍ରହଣ କରିଥିବା ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ପଦକ୍ଷେପମ ଗ୍ରହଣ କରିଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ବ୍ଳକ୍ ର ଜଣେ ପାରାଲିସିସ୍ ରୋଗୀଙ୍କୁ ପୂର୍ବରୁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ତିରିଶି ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ବର୍ତ୍ତମାନ ଆଉ ଦୁଇଜଣ ରୋଗୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦିଆଯାଇଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଧୂମୂଛାଇ ପଂଚାୟତ ଗୁଡ଼ିପଲ୍ଲୀ ଗ୍ରାମର ଲକ୍ଷ୍ମୀ ଗୌଡ଼ ଜଣେ କର୍କଟ ପୀଡ଼ିତା ହୋଇଥିବା ବେଳେ ଇଙ୍ଗିନାଠି ପଂଚାୟତ ମନ୍ଦାର ଗ୍ରାମର ଗୋବିନ୍ଦ ଚନ୍ଦ୍ର ପଣ୍ଡା ଜଣେ ପକ୍ଷାଘାତ ରୋଗୀ ଅଟନ୍ତି I କିନ୍ତୁ ଉଭୟ ରୋଗୀ ଗରୀବ ଶ୍ରେଣୀର ହୋଇଥିବାରୁ ଉଭୟ ଚିକିତ୍ସା ସହାୟତା ପାଇଁ ସୋରଡ଼ା ନିର୍ବାଚନମଣ୍ଡଳୀ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତୀଙ୍କ ଉଦ୍ଦେଶ୍ୟରେ 5T ସଚିବଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ I ଉଭୟ ଅଭିଯୋଗ ପତ୍ରର ତର୍ଜ୍ଜମା ପରେ ଉଭୟ ଲକ୍ଷ୍ମୀ ଏବଂ ଗୋବିନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତିରିଶି ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ କୁମାର ଶତପଥୀ, ତହସିଲଦାର ମନୋଜ ପ୍ରଭାକର କୁଜୁର୍ ଏବଂ ବ୍ଳକ୍ କର୍ମଚାରୀମାନେ ଉଭୟ ଲକ୍ଷ୍ମୀ ଏବଂ ଗୋବିନ୍ଦଙ୍କ ନିକଟକୁ ଯାଇ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି I ସହାୟତା ରାଶି ପାଇବା ପରେ ଉଭୟ ଲକ୍ଷ୍ମୀ ଏବଂ ଗୋବିନ୍ଦ ମୁଖ୍ୟମନ୍ତ୍ରୀ, 5T ସଚିବ, ସ୍ଥାନୀୟ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I

0
0
0
s2sdefault