ରାଉରକେଲା,(ବସନ୍ତ କୁମାର ଜେନା):- ହରିୟଣା ରେ ଆଶାକର୍ମୀ ମାନଙ୍କ ବିଭିନ୍ନ ଦାବିରେ ସି ଆଇ ଟି ୟୁ ନେତୃତ୍ୱରେ ଆଶାକର୍ମୀ ମାନଙ୍କ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଉପରେ ହରିୟଣା ବି ଜେ ପି ନେତୃତ୍ଵାଧୀନ ଖଟର ସରକାର ଙ୍କ ନିର୍ଦ୍ଦେଶରେ ରାଜ୍ୟ ପୋଲିସ ଆଶାକର୍ମୀ ମାନଙ୍କ ରାଜ୍ୟ ନେତୃତ୍ୱ ଓ ସି ଆଇ ଟି ୟୁ ନେତାମାନଙ୍କ ଉପରେ ଦମନ ଓ ବେଆଇନ ଭାବରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଇ ନ ଦେବାପାଇଁ ବେଆଇନ ଅଟକ ରଖିବା ବିରୋଧରେ ଆଜି ଅଲ୍ ଇଣ୍ଡିଆ ଆଶାକର୍ମୀ ଫେଡେରେସନ୍ ଡାକରାରେ ଓଡ଼ିଶା ଆଶାକର୍ମୀ ଆସୋସିଏସନ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ କରାଯାଇଥିଲା ବେଳେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏ ଡି ଏମ୍ ଙ୍କ ଜରିଆରେ ହରିୟଣା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମନୋହରଲାଲ ଖଟର ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ଓଡ଼ିଶା ଆଶାକର୍ମୀ ଆସୋସିଏସନ୍ ର ସାଧାରଣ ସମ୍ପାଦିକା ଶକୁନ୍ତଳା ମହାକୁଡ଼, ଜିଲ୍ଲା ସଭାପତି ହୃଦୟାନନ୍ଦ ଯାଦବ, ଜିଲ୍ଲା ସାଧାରଣ ସମ୍ପାଦିକା ଅଭୟ ସସ୍ମିତା ଖେସ,ଲିନା ଡୁଙ୍ଗ ଡୁଙ୍ଗ,ରୀତା ରାଣୀ ମାନା, ସୁଶୀଳା ଓରାମ,ମୀଲା ସିଂ,ଇନ୍ଦୁମତି ନାୟକ, ଶାନ୍ତି ଖାଲକୋ, ଜୟନ୍ତୀ ପାଣ୍ଡବ,ସୁମତି ଲୁଗୁନ ସମେତ ଶତାଧିକ ଆଶାକର୍ମୀ ସାମିଲ ହୋଇଥିଲେ।
ରାଜ୍ୟ
ହରିୟଣା ରେ ଆନ୍ଦୋଳନରତ ଆଶା କର୍ମୀ ମାନଙ୍କ ଉପରେ ବିଜେପି ଖଟର ସରକାରଙ୍କ ଦମନ ବିରୋଧରେ ଆଶାକର୍ମୀ ଆସୋସିଏସନ୍ ( ସିଟୁ) ର ବିକ୍ଷୋଭ।
- Hits: 360








