ହେଡଲାଇନସ୍:

ଶିକ୍ଷକସଂଘର ଚେତାବନୀ, ୫ସୁଦ୍ଧା ଦାବି ପୂରଣ ନହେଲେ ୮ରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଶିକ୍ଷକମାନଙ୍କ ନ୍ୟାୟୋଚିତ ଦାବି ଗୁଡ଼ିକ ପ୍ରତି ସରକାର ବାରମ୍ବାର ଏଡ଼ାଇ ଚାଲିଥିବା ପ୍ରତିବାଦରେ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ସରକାରଙ୍କୁ ଚରମବାଣୀ ଦିଆଯାଇଛି । ଆସନ୍ତା ୫ତାରିଖ ଶିକ୍ଷକ ଦିବସ ଅବ୍ୟବହିତ ପୂର୍ବରୁ ସରକାର ଶିକ୍ଷକମାନଙ୍କ ଦାବି ପୂରଣ ନକଲେ ୮ ତାରିଖରୁ ସମସ୍ତ ବର୍ଗର ଶିକ୍ଷକ ସମୂହ ଛୁଟିରେ ରହିବେ ଶିକ୍ଷକ । ଫଳରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ତାଲା ଝୁଲିବା ସହିତ ପିଲାମାନଙ୍କ ପାଠପଢ଼ା ଠପ୍ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି । ଏ ନେଇ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘ, ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ନୟାଗଡ଼ ବିଧାୟକ ଡ.ଅରୁଣ ସାହୁଙ୍କୁ ଭେଟି ତିନି ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ଗୁଡ଼ିକ ମଧ୍ୟରେ ଠିକାପ୍ରଥା ଉଚ୍ଛେଦକରି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାସହାୟକ ମାନଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ତଥା ଏକ୍ସ କ୍ୟାଡର,କଳା ଏବଂ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ ୍‌କରିବା,ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଏବଂ ନୂତନ ପେନସନ ପ୍ରଥା ଉଜ୍ଝେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଆଦି ରହିଛି । ଜିଲ୍ଲା ପ୍ରାଥମିକ ଶିକ୍ଷକସଂଘ ସମ୍ପାଦକ ଭକ୍ତରଂଜନ ମିଶ୍ରଙ୍କ ନେତୃତ୍ୱରେ ବିଭିନ୍ନ ଶିକ୍ଷକସଂଘ ପକ୍ଷରୁ ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ,ଲକ୍ଷ୍ମୀଧର ସାହୁ,ପୀତବାସ ପ୍ରଧାନ,ସୁରେଶ ଚନ୍ଦ୍ର ସେଠୀ,ମୃତ୍ୟୁଞ୍ଜୟ ଷଢ଼ଙ୍ଗୀ,ସନ୍ତୋଷ ସାହୁ,ଉମେଶ ସ୍ୱାଇଁ,ଶରତ ପାଳ,ଚିତ୍ତରଂଜନ ଦାଶ ପ୍ରମୁଖ ସାମିଲ ହୋଇ ବିଧାୟକ ଡ.ସାହୁଙ୍କୁ ଶିକ୍ଷକମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇ ଦାବି ଉପସ୍ଥାପନ କରିଥିଲେ ।

0
0
0
s2sdefault