ହେଡଲାଇନସ୍:

କନ୍ଧମାଳ ଶାନ୍ତି ଓ ସଦ୍ଭାବନା ସମାଜ ପକ୍ଷରୁ ୧୫ ତମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଶୋଭା ଅନୁଷ୍ଠିତ ...

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କନ୍ଧମାଳ (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଏନଏସି ସଭା ଗୃହ ଠାରେ କନ୍ଧମାଳ ଶାନ୍ତି ଓ ସଦ୍ଭାବନା ସମାଜ ପକ୍ଷରୁ ୧୫ ତମ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ଶୋଭା ଅନୁଷ୍ଠିତ ହୋଇଛି I ଏହି କାର୍ଯ୍ୟକ୍ରମ ମୁଖ୍ୟଅତିଥି ଭାବେ ସମାଜସେବୀ ତଥା ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ, ସମାଜସେବୀ ଓ ଅବସରପ୍ରାପ୍ତ ପ୍ରଶାସକ ଅମିରଚାନ୍ଦ ନାୟକ, ସମାଜସେବୀ ପଞ୍ଚାନନ ନାୟକ, ଫା ମନୋଜ ନାୟକ, ଫା କୂଳକାନ୍ତ ଦଣ୍ଡସେନା, ମଂଚର ସଭାପତି ପ୍ରଫେସର ପ୍ରଶ୍ନ ବିଷୋୟୀ, ଜିଲ୍ଲା ପରିଷଦ ସଦସ୍ୟ ଜିରିମୀୟ ସୁନାମଝି, ଟାର୍ଜନ ସାହୁ, ଷ୍ଟିଫେନ ନାୟକ, ମିଶନାରୀ ସୁଶାନ୍ତ ନାୟକ, ମିଶନାରୀ ନଳିନୀ କାନ୍ତ ନାୟକ, ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ କାଲେବ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ମଂଚର ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ଦିଗାଲ ଓ ବାଲିଗୁଡ଼ା ପାଳକ ସଂଘର ବ୍ଲକ ସଭାପତି ଭୀମରାଜ ଦିଗାଳ ପରିଚାଳନା କରିଥିଲେ I କନ୍ଧମାଳ ଶାନ୍ତି ଓ ସଦ୍ଭାବନା ଦିବସ ପାଳନ କାର୍ଯ୍ୟକ୍ରମର ପରିଚାଳକ ମୁଖ୍ୟଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରଣ କରି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ I ମଞ୍ଚାସିନ ଅତିଥି ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଶୋଭା ଉଦ୍ଘାଟନ କରିବା ସହ ୨୦୦୭-୦୮ରେ କନ୍ଧମାଳ ଜିଲ୍ଲାରେ ଘଟିଥିବା କନ୍ଧମାଳ ହିଂସାକାଣ୍ଡରେ ମୃତ୍ୟୁ ବରଣ କରି ଥିବା ୧୦୫ ଜଣ ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ଆସନ୍ତା ବର୍ଷ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଦାରିଙ୍ଗବାଡ଼ି ଠାରେ ଆୟୋଜିତ ହେବା ନେଇ ମଞ୍ଚର ସଭାପତି ଘୋଷଣା କରିଥିଲେ I ମୂଖ୍ୟ ଅତିଥି ପରିବେଶବିତ ପ୍ରଫୁଲ ସାମନ୍ତରାୟ ଜଙ୍ଗଲ ଜମିକୁ ନିଜର ବକ୍ତବ୍ୟ ରଖିବା ସହ ବିଗତ ଦିନରେ ହୋଇ ଥିବା ଅପହରଣ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଗଣତନ୍ତ୍ରର ହତ୍ୟା ବୋଲି ନିନ୍ଦା କରିଥିଲେ I ମୋତେ ଏକ ହଟେଲରୁ ହାତ ଓ ମୁହଁ ବାନ୍ଧି ଅପହରଣ କରାଗଲା I ଏହି ଖବର ପ୍ରଚରିତ ହେବା ପରେ ସରକାର ଉପରେ ଚାପ ପଡ଼ିଲା I ଶେଷରେ ଅପହରଣ କାରୀ ମୋତେ ଦୀର୍ଘ ୬ ଘଣ୍ଟା ପରେ ଛାଡ଼ି ଥିଲେ I ଏହା ଆପଣ ଭଲ ପାଇବା ବୋଲି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରି କହି ଥିଲେ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ I ଏହା ସହ ଅବସର ପ୍ରାପ୍ତ ପ୍ରଶାସକ ସମସ୍ତଙ୍କୁ ଏକତ୍ରିତ ହୋଇ ଦେଶର ସ୍ୱାର୍ଥ ହାସଲ ନିମନ୍ତେ ଲଢେ଼ଇ କରିବାକୁ ପଡ଼ିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ I

0
0
0
s2sdefault