ହେଡଲାଇନସ୍:

ରଘୁନାଥଙ୍କ ଭରସାରେ ରଘୁନାଥ ମହାବିଦ୍ୟାଳୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଠପଢା ନହୋଇ ପରୀକ୍ଷା ଦେଉଛନ୍ତି ଶହଶହ ଛାତ୍ରଛାତ୍ରୀ

ଓଡ଼ଗାଁ,୨୧।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବ୍ୟବସ୍ଥା କଥା ଏବେ କାହାକୁ ଅଛପା ନାହିଁ । ଯେପରି ପ୍ରଭୁ ରଘୁନାଥଙ୍କ ଭରସାରେ ଚାଲିଛି । ଅଗଷ୍ଟ ପ୍ରଥମ ସପ୍ତାହରେ ଦିତୀୟ ବର୍ଷର ପାଠପଢା ଆରମ୍ଭ ହୋଇଥିବା ବେଳେ ୨୧ ତାରିଖରୁ +୨ ବିଜ୍ଞାନ ଛାତ୍ରଛାତ୍ରୀ ପ୍ରଥମ ଇଣ୍ଟରନାଲ ପରୀକ୍ଷା ଦେଉଥିବା ଜଣାପଡିଛି । ଫଳରେ ଛାତ୍ରଛାତ୍ରୀ ବିନା ପାଠପଢ଼ାରେ କିଭଳି ଭାବେ ପରୀକ୍ଷା ଦେବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ଲାଗୁଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ କଲେଜ କର୍ତୃପକ୍ଷ ଯେପରି ଖେଳ ଖେଳୁଛନ୍ତି । ସୂଚନା ଅନୁଯାୟୀ ଗତ ଜୁନମାସ ୨୧ରୁ ସବୁ ମହାବିଦ୍ୟାଳୟରେ ଶିକ୍ଷାବର୍ଷ ଆରମ୍ଭ ହୋଇଛି।ଛାତ୍ରଛାତ୍ରୀମାନେ କଲେଜକୁ ଆସି ବିଭିନ୍ନ ବିଷୟରେ ପାଠପଢିବେ ବୋଲି ନୀୟମ ରହିଛି।କିନ୍ତୁ ଏହାକୁ ସଂପୂର୍ଣ୍ଣ ଭାବେ ରଘୁନାଥ ସମବାୟ ମହାବିଦ୍ୟାଳୟ ଅଣଦେଖା କରିଚାଲିଛି। ଚଳିତ ମାସ ୧୬ତାରିଖରୁ ତୈୖମାସିକ ପରୀକ୍ଷା ଚାଲିଥିଲେ ମଧ୍ୟ ଛାତ୍ରଛାତ୍ରୀ ବିନା ପାଠପଢାରେ ପରୀକ୍ଷା ଦେଉଥିବା ନେଇ ଅସନ୍ତୋଷ ଦେଖାଦେଇଛି। ମହାବିଦ୍ୟାଳୟରେ କଳା ଓ ବିଜ୍ଞାନରେ ଏକ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି।କିଏ ୧୫ରୁ ୨୦ କିଲୋମିଟର ଦୂରରୁ ପାଠପଢିବାକୁ ଆସୁଛିତ ଆଉକିଏ ହଷ୍ଟେଲରେ ରହି ପାଠପଢୁଛନ୍ତି।ଏସବୁ ସତ୍ବେ ମହାବିଦ୍ୟାଳୟ ଅଧ୍ୟାପକ,ଅଧ୍ୟାପିକା ପାଠନପଢାଇ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ଜଣାପଡିଛି।ଗତ ଜୁନମାସ ୨୧ତାରିଖରୁ ଆଜିପର୍ଯ୍ୟନ୍ତ ୨ମାସ ବିତିଯାଇଥିଲେ ମଧ୍ୟ କାଁ ଭାଁ ୪ରୁ ୫ଦିନ ପାଠପଢା ହୋଇଥିବା ଛାତ୍ରଛାତ୍ରୀ କହିଛନ୍ତି।ଚଳିତ ମାସ ୧୬ତାରିଖରୁ ତୈୖମାସିକ ପରୀକ୍ଷା ହେଉଥିଲେ ମଧ୍ୟ ଛାତ୍ରଛାତ୍ରୀ ପାଠପଢା କିଛି ଜାଣିନଥିବାରୁ ପରୀକ୍ଷା ଦେବାରେ ଅସୁବିଧା ସୃଷ୍ଟିହେଉଛି।ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁ କହିଛନ୍ତି ଆଡମିଶନ୍,ରିଆଡମିଶନ, ପରୀକ୍ଷା ଆଦି ରହିଥିବାରୁ ଏଭଳି ସମସ୍ୟା ସୃଷ୍ଟିହୋଇଛି।କିନ୍ତୁ ଯେତିକି ପାଠପଢା ଯାଇଛି ସେ ବିଷୟ ଉପରେ ଆମେ ପରୀକ୍ଷା କରିଥିବା ଗଣମାଧ୍ୟମକୁ କହିଛନ୍ତି।

0
0
0
s2sdefault