ହେଡଲାଇନସ୍:

ବାସୁଦେବପୁର ରେ ଧୁମ୍ ଧାମରେ ସ୍ୱାଧୀନତା ଦିବସ ପାଳନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ପବିତ୍ର ସ୍ୱାଧୀନତା ଦିବସ ପାଳନ ବାସୁଦେବପୁର ରେ ବହୁ ଆଡମ୍ବର ରେ ଧୁମ୍ ଧାମରେ ପାଳନ ହୋଇ ଯାଇଛି। ବାସୁଦେବପୁର ର ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦ ରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କ ରେ ବହୁ ଧୁମ୍ ଧାମରେ ପାଳନ ହୋଇ ଯାଇଛି। ସକାଳୁ ସକାଳୁ ପିଲା ମାନେ ଭାରତ ମାତାଙ୍କ ଜୟ ଗାନ କରି ଶୋଭାଯାତ୍ରା କରିଥିଲେ। ଏହି ଅବସର ରେ ବାସୁଦେବପୁର ପୌର ପରିଷଦ ପକ୍ଷରୁ ଆୟୋଜିତ ହୋଇ ଥିଲା ସ୍ଥାନୀୟ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପଡିଆ ରେ ସ୍ଵାଧୀନତା ଦିବସ ପାଳନ। ମୁଖ୍ୟ ଅତିଥି ଭାବରେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୌର ଅଧିକାରୀ ମାନସ କୁମାର ଦଣ୍ଡ ପାଟ ଉପସ୍ଥିତ ରହି ପତାକା ଉତ୍ତୋଳନ କରି ଥିଲେ। ପରେ ଆୟୋଜିତ ସମବେତ ପ୍ୟାରେଡ ଅଭିବାଦନ ରେ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ। ପରେ ଦୁଇ ଅତିଥି ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସର ରେ ବିଭିନ୍ନ ପ୍ରତି ଯୋଗିତା ରେ କୃତ୍ କାର୍ଯ୍ୟ ହୋଇଥିବା ପିଲା ମାନଙ୍କୁ ପୁରସ୍କୃତ କରାଯାଇଛି।

0
0
0
s2sdefault