ହେଡଲାଇନସ୍:

ବାସୁଦେବପୁର ରେ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କଲେ ବିଧାୟକ ଓ ସାଂସଦ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର - ବାସୁଦେବପୁର ରେ ସ୍ଵାଧୀନତା ଦିବସ ପାଳନ ଅବସରରେ ପଞ୍ଚାୟତ ସମିତି ଓ ପୌର ପରିଷଦ ପକ୍ଷରୁ ମଧୁବାବୁ ପେନସନ ଯୋଜନା ରେ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଏହି ଅବସର ରେ ବାସୁଦେବପୁର ପଞ୍ଚାୟତ ସମିତି ପକ୍ଷ ରୁ ସମିତି କାର୍ଯ୍ୟାଳୟ ଆଗରେ ଓ ପୌର ପରିଷଦ ପକ୍ଷରୁ ନୀଳମଣି ଟାଉନ ହଲ ପରିସର ରେ ଆୟୋଜିତ ସଭା କାର୍ଯ୍ୟ କର୍ମ ରେ ସାଂସଦ ମଞ୍ଜୁଲତା ମଣ୍ଡଳ,ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ବିଡିଓ ସତ୍ୟଜିତ ରାଉତ, ପୌର ଅଧିକାରୀ ମାନସ କୁମାର ଦଣ୍ଡ ପାଟ ଯୋଗ ଦେଇ ଥିଲେ। ଏହି ଅବସର ରେ ପଞ୍ଚାୟତ ସମିତି ପକ୍ଷ ରୁ ପ୍ରାୟ ୩୬୦୦ ନୂତନ ହିତାଧିକାରୀ ମାନଙ୍କୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ବିଭିନ୍ନ ପଞ୍ଚାୟତ ରେ, ପୌର ପରିଷଦ ପକ୍ଷରୁ ୫୦୦ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲାରେ ସବୁ ଠାରୁ ଅଧିକ ନୂତନ ଭତ୍ତା ହିତାଧିକାରୀ ବାସୁଦେବପୁର ରେ ବୋଲି ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ କହିଛନ୍ତି। ଏଥି ସହିତ ସାଂସଦ ଓ ବିଧାୟକ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ୍ ଦେଇଛନ୍ତି।

0
0
0
s2sdefault