ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ର ମିନିଷ୍ଟାଡିୟମ୍ ଠାରେ ଆଜି ୭୭ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବରେ ଗାଇସିଲାଟ ବ୍ଲକ ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।ଏହି କାର୍ୟ୍ଯକ୍ରମରେ ଗାଇସିଲାଟ ବିଡିଓ ମନୋଜ ଦେବତା,ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ, ତହସିଲଦାର ସୁନିଲ ମେହେର, ସମାଜ ସେବୀ ରଞ୍ଜନ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ଯ ନୀଳମଣି ବରିହା,ପୂର୍ବତନ ବ୍ଲକ୍ ଅଧ୍ଯକ୍ଷ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ତ୍ରିବେଦୀ,କାହ୍ନୁଚରଣ ମାଝୀ, ଭାରତ ଦାସ ପ୍ରମୁଖ ଯୋଗଦାନ କରିଥିଲେ।ଗାଇସିଲାଟ ସରକାରୀ ଉଚ୍ଚ ବିଦ୍ୟାଳୟ ,ଓଡିଶା ଆର୍ଦଶ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଆହୁରୀ ଅନେକ ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।ଏହି ୭୭ମ ସ୍ବାଧୀନତା ଦିବସର ଶୁଭ ଅବସରରେ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଆମ ଦେଶ ପାଇଁ ସହିଦ୍ ହୋଇଥିବା ସଂଗ୍ରାମୀ ମାନଙ୍କ ବୀରତ୍ୱ ବଖାଣି ଥିଲେ।ଗୀତ,ନାଚ, ଯୋଗ ରେ ପ୍ରତିଭା ପ୍ରର୍ଦଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଯାଇ ଥିଲା।
ରାଜ୍ୟ
ବ୍ଲକ୍ ସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି
- Hits: 256







