ଉଦୟନାଥ ପଣ୍ଡା (ଭଞ୍ଜନଗର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଥିବା ପୁରୁଣା ଜେଲ୍ ପଡ଼ିଆ ବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ ରେ, ମହାଆଡମ୍ବର ସହକାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପାଳିତ ହୋଇଛି ୭୭ ତମ ମହାନ୍ ସ୍ଵାଧୀନତା ଦିବସ ଉତ୍ସବ।
ମହାନ୍ ସ୍ଵାଧୀନତା ଦିବସ ଅଗଷ୍ଟ ୧୫ ତାରିଖ ଅବସରରେ, ସ୍ଥାନୀୟ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସହାୟତା ରେ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରାତଃ ୫:୦୦ ଘଣ୍ଟିକା ସମୟରେ ଭଞ୍ଜନଗର ସହରରେ ରାମଧୁନ୍ ଵାଜି ଉଠିଥିଲା। ପରେ ପରେ ୭:୩୦ ମିନିଟ୍ ସୁଧା ସହର ର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ମାନଙ୍କ ରେ ଜାତୀୟ ଧ୍ୱଜା ତ୍ରିରଙ୍ଗା ଉତ୍ତୋଳନ ହୋଇଥିଲା। ୮:୩୦ ମିନିଟ୍ ସୁଧା ଭଞ୍ଜନଗର ସହରର ବିଭିନ୍ନ ସରକାରୀ ,ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ୨୦ ଗୋଟି ଦଳ ର ଛାତ୍ରଛାତ୍ରୀ ସୁସଜ୍ଜିତ ହୋଇ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିବା ପାଇଁ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ ରେ ଉପସ୍ଥିତ ହୋଇଥିଲେ।
୭୭ ତମ ସ୍ବାଧୀନତା ଦିବସ ଉତ୍ସବର ନିର୍ଦ୍ଧାରିତ ସମୟରେ ଭଞ୍ଜନଗର ର ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ ଷ୍ଟାଡିୟମ ରେ ପହଞ୍ଚି ମୁଖ୍ୟ ଅତିଥି ଭାବେ , ଅଭିବାଦନ ଗ୍ରହଣ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଂଗୀତ ଗାନ ସହିତ ସେ ୨୦ ଗୋଟି ଦଳର ପ୍ୟାରେଡ୍ କୁ ନିରୀକ୍ଷଣ କରି, ଭଞ୍ଜନଗର ତଥା ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ସ୍ବାଧୀନତା ର ମହତ୍ ଉଦ୍ଦେଶ୍ୟ ଓ ସ୍ବାଧୀନତା ର ପୂର୍ବ ର କଷ୍ଟକୁ ମନେପକାଇ କହିଥିଲେ। ପରାଧୀନ ଚାରୁ ମୁକ୍ତ ହୋଇ, ସ୍ବାଧୀନ ହେବା ପାଇଁ କେତେ ଯେ,ବିର ସହିଦ୍ ହୋଇ ଥିଲେ ଏହାକୁ ବି ସେ କହିବାକୁ ଭୁଲି ନଥିଲେ। ଏହି ମହାନ୍ ଉତ୍ସବରେ ଭଞ୍ଜନଗର ସହରର ଅତିରିକ୍ତ ଏସ୍,ପି , ଥାନାଧିକାରୀ, ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ, ଆର୍ ଟି,ଓ ଅଫିସର ସମ୍ନାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଶେଷରେ ସ୍ଵାଧୀନତା ଦିବସ ପାଇଁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ହୋଇଥିବା ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏବଂ ପ୍ୟାରେଡ୍ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଦଳ ମଧ୍ୟରୁ, ଜର୍ଜ ମାନଙ୍କ ଦ୍ଵାରା ମନୋନୀତ ଦଳକୁ ପୁରସ୍କାର ସମ୍ନାନିତ କରାଯାଇଥିଲା।
ଏହିସବୁ କାର୍ଯ୍ୟ କୁ ସୁଚାରୁରୂପେ ସମ୍ପାଦନା କରିଥିଲେ ସ୍ଥାନୀୟ, ସୂଚନା ଲୋକସମ୍ପର୍କ ବିଭାଗ ଅଧିକାରୀ ଶ୍ରୀ ଗୌରିଶଙ୍କର ମିଶ୍ର







