(ନିଶ୍ଚିନ୍ତକୋଇଲି- ଦେବେନ୍ଦ୍ର ଷଡ଼ଙ୍ଗୀ)- ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସ ର ସହ ପବିତ୍ର 77 ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ପରିସରରେ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷା ରୋଜି ସେଠୀ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲା ବେଳେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ଅଧକ୍ଷା ଙ୍କ ପ୍ରତିନିଧି ମନୋଜ ସେଠୀ,ଏବିଡ଼ିଓ ବିଷ୍ଣୁଚରଣ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟରଞ୍ଜନ ପଣ୍ଡା, ଜିପିଓ ଜନ୍ମେଜୟ ରାଉତ, ସମାଜସେବୀ ଜ୍ୟୋତିପ୍ରକାଶ ସ୍ୱାଇଁ, ପ୍ରମୋଦ ସ୍ୱାଇଁ ଙ୍କ ସମେତ କନିଷ୍ଟ ଯନ୍ତ୍ରୀ, ବ୍ଲକ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟ ମାନେ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନୱାଡି ର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ଦେଶକୁ ସ୍ୱାଧୀନତା ଦେବାରେ ଯେଉଁ ମହାନ ଦେଶଭକ୍ତ ସଂଗ୍ରାମୀ ଙ୍କ ଅବଦାନ ରହିଛି ସମସ୍ତଙ୍କ ଉଦେଶ୍ୟରେ ଦେଶଭକ୍ତି ସଂଗୀତ ଗାନ କରିବା ସହିତ ବଲିଷ୍ଟ ଅବଦାନ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସେହିପରି ଭାବେ ଉତ୍ସାହ ପରିବାର ପକ୍ଷରୁ ପବିତ୍ର ସ୍ୱାଧୀନତା ଦିବସ ରେ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ସ୍ଥିତ ଉତ୍ସାହ ପରିବାର ପକ୍ଷରୁ ପାଳଧୁଆ ପଡିଆ ରେ ଅଭ୍ୟାସ କରୁଥିବା ପ୍ରତିରକ୍ଷା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କଟରପଡା ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ଙ୍କ ପୀଠରୁ ଶ୍ରୀ ଶ୍ରୀ ରଘୁନାଥଜୀଉ ମଲ୍ଲିପୁର ପୀଠ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଛି l ସ୍ୱାଧୀନତା ଦିବସ ଅବସରରେ ଆମ ଦେଶକୁ ସ୍ୱାଧୀନତା ଦେବାପାଇଁ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ଙ୍କ ଗାଥା ଗାନ କରିବା ସହ ବିଭିନ୍ନ ଦେଶାତ୍ମବୋଧ କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣ ମାନଙ୍କୁ ସଚେତନ କରାଇଥିଲେ l ଉତ୍ସାହ ପରିବାର ସଭାପତି ଦେବାଶିଷ ବେହୁରା, ପ୍ରତିରକ୍ଷା ତାଲିମଧାରୀ ଶିକ୍ଷକ ଗୋପୀନାଥ ବେହେରା ଙ୍କ ସମେତ ଗ୍ରାମବାସୀ ଯୋଗଦାନ କରି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ l ଅପରପକ୍ଷରେ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ କାର୍ଯ୍ୟଳୟ, ବିଭିନ୍ନ ଅନୁଷ୍ଠାନ ମାନଙ୍କ ରେ ଅଗଷ୍ଟ 15 ଅବସରରେ ପବିତ୍ର ସ୍ୱାଧୀନତା ଦିବସ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି l
ରାଜ୍ୟ
ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ରେ ଆନନ୍ଦ ଉଲ୍ଲାସ ର ସହ 77 ତମ ସ୍ୱାଧୀନତା ଦିବସ ପାଳିତ l
- Hits: 535







