ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିଲାମା ଠାକୁରାଣୀ ମନ୍ଦିର ପାର୍ଶ୍ଵରେ ସୋମବାର ଦିନ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି।
ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଓଡ଼ିଶାର ଖାଦ୍ୟ-ଯୋଗାଣ,ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ରିବନ କାଟି ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଉଦଘାଟନ କରିବା ସହ ଦଳୀୟ ପତାକା ଉତ୍ତୋଳନ କରିଥିଲେ।
ଏହି କାର୍ଯକ୍ରମରେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ଜଗବନ୍ଧୁ ଦାସ , ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ , ସୁଶ୍ରୀ କଲ୍ୟାଣୀ ଗଜପତି , ଜିଲ୍ଲା ଯୁବ ସଭାପତି ଏସ୍.ଲିଙ୍ଗରାଜ , ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମାରୀୟମ ରଇତ , ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ମହିଳା ସଭାପତି ପୂର୍ଣ୍ଣବାସୀ ନାୟକ, ଡ.ତିରୁପତି ପାଣିଗ୍ରାହି , ପ୍ରଦୀପ ନାୟକ , ନଗର ସଭାପତି ସୁଧି ରଞ୍ଜନ ମହାପାତ୍ରଙ୍କ ସମେତ ଗଜପତି ଜିଲ୍ଲାର ବହୁ ସଂଖ୍ୟାରେ ଯୁବ , ଛାତ୍ର ଓ ସମସ୍ତ ଦଳୀୟ ନେତା ଉପସ୍ଥିତ ରହିଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ଜିଲ୍ଲା ବିଜେଡ଼ି ସଂଗଠନ କୁ ଅଭିନନ୍ଦନ ଜଣାଇବା ସହ ସମସ୍ତେ ଏକତ୍ରିତ ହୋଇ ଦଳ ପାଇଁ କାମ କରନ୍ତୁ ବୋଲି ନେବେଦନ କରିଥିଲେ। ଏଥି ସହ କିପରି ବିଜେଡି କୁ ମଜବୁତ କରିହେବ ଏବଂ ସଂଗଠନ କୁ ଦୃଢ଼ କରି ହେବ ସେ ନେଇ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବହୁ ବିଜେଡି କର୍ମୀ ଏବଂ ନେତା ମାନେ ଉପସ୍ଥିତ ରହି ନିଜ ନିଜ ମତ ରଖିଥିଲେ।
ରାଜ୍ୟ
ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଉଦଘାଟିତ
- Hits: 333








