ହେଡଲାଇନସ୍:

ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ତିର୍ତ୍ତୋଲ ବ୍ଳକ୍‌ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ଭା.ପ୍ର.ସେ. ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଆଜି ମୋଟ ୭୯ ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥ‌ିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିୟ ୭୬ଗୋଟି ଅଭିଯୋଗ,ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ/ଗ୍ରାମ୍ୟ ସମସ୍ୟା ସଂପର୍କୀୟ ୦୩ଟି,ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ କାର୍ଡ ସମସ୍ୟା ସଂପର୍କୀୟ ୦୪ଟି, ଆବାସ ଯୋଜନା ସମସ୍ୟା ସଂପର୍କୀୟ ୦୫ଟି,ଜମିଜମା ସମସ୍ୟା ସଂପର୍କୀୟ ୦୮ଟି,ଭର୍ତ୍ତା ସମସ୍ୟା ସଂପର୍କୀୟ ୦୩ଟି, ପୋଲିସ ସହାୟତା ସଂପର୍କିତ ୦୨ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ ୦୩ ଟି,ରେଡ୍‌କ୍ରସ୍ ପାଣ୍ଠିରୁ ସହାୟତା ପାଇବା ପାଇଁ ୦୨ଟି ଏବଂ ଅନ୍ୟାନ୍ୟ ୧୭ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୩୨ଟି ଅଭିଯୋଗର ତତ୍‌କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ରାହୁଲ ପି.ଆର, ଜିଲ୍ଲା ପରିଷଦର ମୁଖ୍ୟ ବିକାଶ-ତଥା-ନିର୍ବାହୀ ଅଧିକାରୀ ଶ୍ରୀ ରୁଦ୍ର ନାରାୟଣ ଦାଶ, ଉପ-ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ,ଉପଖଣ୍ତ ଆରକ୍ଷୀ ଅଧ୍ୟକ୍ଷକ, ତିର୍ତ୍ତୋଲ ଶ୍ରୀ ଚିନ୍ମୟ କୁମାର ରାଉତ, ଗୋଷ୍ଠି ଉନ୍ନୟନ ଅଧିକାରୀ, ତିର୍ତ୍ତୋଲ,ଶ୍ରୀ ତପନ କୁମାର ସେନାପତୀ, ତହସିଲଦାର, ତିର୍ତ୍ତୋଲ,ଶ୍ରୀ ଅମୁଲ୍ୟ କୁମାର ସାହୁ, ଜିଲ୍ଲାସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ ।

0
0
0
s2sdefault