ହେଡଲାଇନସ୍:

ଜିଲ୍ଲା ହିନ୍ଦୀ ଶିକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର ଉଦଘାଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଭୁବନେଶ୍ୱର ଓଡିଶା ଶାଖା ତରଫରୁ ଅଗଷ୍ଟ ୧୪/୮/୨୦୨୩ ଠାରୁ ୨୫/୮/୨୦୨୩ ପର୍ଯ୍ୟନ୍ତ ୧୦ ଦିନଧରି ଜିଲ୍ଲା ଶିକ୍ଷଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଜପତି ଜିଲ୍ଲା ହିନ୍ଦୀ ଶିକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର ଉଦଘାଟନ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଭୁବନେଶ୍ୱର କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନର ନିର୍ଦ୍ଦେଶକ ଡା.ରଞ୍ଜନ କୁମାର ଦାସ , ଡା.ଚନ୍ଦ୍ର ପ୍ରତାପ ସିଂ ସମ୍ବଳ ସାଧନ ଅଧିକାରୀ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୋଲୁ ରବି କୁମାର ଓ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ।
ଆଗାମୀ ୨୫/୮/୨୦୨୩ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲୁରହିବ। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୭୦ ଜଣ ପ୍ରଶିକ୍ଷ୍ୟାର୍ଥୀ ଅଂଶ ଗ୍ରହଣ କରିଛନ୍ତି। ପ୍ରଶିକ୍ଷ୍ୟାର୍ଥୀ ମାନଙ୍କ ମଧ୍ୟରୁ ଶ୍ରୀ ଶରତ ଚନ୍ଦ୍ର ପାଢ଼ୀ , ଶ୍ରୀ ସରୋଜ କୁମାର ଭୂୟାଁ , ଚନ୍ଦ୍ରକାନ୍ତି ନାୟକ ସଂଯୋଜନା ଓ ପରିଚାଳନା କରୁଛନ୍ତି। ଏଭଳି ଏକ ପ୍ରଶିକ୍ଷଣ ଶିବିର ଗଜପତିରେ ଅନୁଷ୍ଠିତ ହେଉଥିବା ଯୋଗୁଁ ଗଜପତି ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ଡା.ରଞ୍ଜନ କୁମାର ଦାସ ନିର୍ଦ୍ଦେଶକ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଓ ଗଜପତି ଜିଲ୍ଲା ଶିକ୍ଷ୍ୟାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ମହୋଦୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

0
0
0
s2sdefault