ହେଡଲାଇନସ୍:

ସି ଆଇ ଟି ୟୁ, କୃଷକ ସଭା ଓ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ୩ ଦିନିଆ ୭୭ ତମ ସ୍ବାଧିନତା ଦିବସ ପାଳନ ଉତ୍ସବ ଉଦଘାଟନ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆମକୋ ସିମକୋ ଶହୀଦ ମାଟିରୁ ମଶାଲ ଶୋଭାଯାତ୍ରା

ରାଉରକେଲା, (ବସନ୍ତ କୁମାର ଜେନା): ସିଆଇଟିୟୁ, ଅଲ୍ ଇଣ୍ଡିଆ କିଷାନ ସଭା ଏବଂ ଅଲ୍ ଇଣ୍ଡିଆ କ୍ଷେତ ମଜଦୂର ୟୁନିୟନ ଡାକରା ରେ ଭାରତର ସମ୍ବିଧାନ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଧର୍ମ ନିରପେକ୍ଷତା ର ସୁରକ୍ଷା ପାଇଁ ଆହ୍ୱାନ ଦିଆଯାଇଥିଲା ବେଳେ ୭୭ ତମ ସ୍ବାଧିନତା ଦିବସ କୁ ମହା ଆଡ଼ମ୍ବରରେ ପାଳନ କରିବା ଡାକରା କୁ ସଂଗଠନ ର ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଅଗଷ୍ଟ ୧୩ ରୁ ଅଗଷ୍ଟ ୧୫ ତିନି ଦିନ ଧରି ପାଳନ କରିବା ସହ ଗତ ଅଗଷ୍ଟ ୬ ତାରିଖ ଦିନ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶଭକ୍ତି ରଚନା, ବକ୍ତୃତା, ଦେଶଭକ୍ତି ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା ବେଳେ ଆଜି ଅଗଷ୍ଟ ୧୩ ତାରିଖ କାର୍ଯ୍ୟକ୍ରମ ର ପ୍ରଥମ ଦିନରେ ଶହୀଦ ମାଟି ରକ୍ତ ତୀର୍ଥ ଆମକୋ ସିମକୋ ଠାରୁ ମଶାଲ ଶୋଭାଯାତ୍ରା ବାହାରି ଭଞ୍ଜ ଭବନ ଠାରେ କାର୍ଯ୍ୟକ୍ରମ ଠାରେ ପହଞ୍ଚିଥିଲା। ମଶାଲ ଶୋଭାଯାତ୍ରା କାରୀଙ୍କୁ ବୀରମିତ୍ରପୁର, କୁଆଁରମୁଣ୍ଡା, ବେଦବ୍ୟାସ, ବିଶ୍ରାଛକ ଓ ଶେଷରେ ଭଞ୍ଜ ଭବନ ଛକଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂ ଶୋଭାଯାତ୍ରା କାରୀଙ୍କୁ ଠାରୁ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ମଶାଲ ଗ୍ରହଣ କରିଥିଲେ। ମଶାଲ ଶୋଭାଯାତ୍ରା ରାଉରକେଲା ଆମ୍ବାଗାନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ଠାରୁ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରା ରେ ଅନ୍ୟମାନଙ୍କ ମଧ୍ୟରେ ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ହୃଦୟାନନ୍ଦ ଯାଦବ, କୃଷକ ସଭା ଜିଲ୍ଲା ସଂପାଦକ ସୁରେନ୍ଦ୍ର ଦାଶ, କ୍ଷେତ ମଜଦୂର ୟୁନିୟନ ଜିଲ୍ଲା ଆବାହକ ରଜତ ମୁଣ୍ଡା, ଯଯାତି କେଶରୀ ସାହୁ,ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ସୁରେନ୍ଦ୍ର ମହାନ୍ତି, ରତ୍ନାକର ନାୟକ,କବି ପ୍ରଧାନ, ସଂଗ୍ରାମ ସାମଲ, ଯଜ୍ଞେଶ୍ଵର ସାହୁ, ପ୍ରଦୀପ ସେଠୀ,ପି ଏଲ୍ ମିଶ୍ର, ବିନୟ ବେଉରିଆ,ଅଟଳ ସ୍ବାଇଁ,ବିଜୟ ସ୍ଵାଇଁ, ଭିକାରୀ ପ୍ରଧାନ, ସାଗର ଛୋଟରାୟ,ସେକ୍ ସାହାବୁଦ୍ଦିନ, ପ୍ରମୋଦ ପରିଡ଼ା, ସତ୍ୟମ୍ ତନ୍ତି,ବାବୁ ପାଲ୍, ଅନାଦି ସାହୁ, ବିଶ୍ଵନାଥ ଲେଙ୍କା,ସି ଦିବାକର ରାଓ ,ପ୍ରଦୀପ ପରିଡ଼ା,ପ୍ରମୁଖ ଅଂଶଗ୍ରହଣ କରିଥିଲା ବେଳେ ଶୋଭାଯାତ୍ରାକାରୀ ଦଳକୁ ସି ଆଇ ଟି ୟୁ ଜିଲ୍ଲା ଉପ ସଭାପତି ଶ୍ରୀମନ୍ତ ବେହେରା,ରାଜ କିଶୋର ପ୍ରଧାନ,ବି ପି ମହାପାତ୍ର, ଅରୁ ଦାସ, ପ୍ରଭାତ ମହାନ୍ତି, ଦିବାକର ମହାରଣା, ବଛିରାମ ବେହେରା , ଅଜିତ ଏକ୍କା, ସମ୍ୱିତ ସ୍ବାଇଁ, ରଞ୍ଜନ ବେହେରା, ପ୍ରସନ୍ନ ମହାପାତ୍ର, ଅଜିତ ଦାସ, ଜୟନ୍ତୀ ପାଣ୍ଡବ, ସୁଶୀଳା ସେଠୀ,ନୀତୁ ସିଂହ ପ୍ରମୁଖ ଅଭିଯାତ୍ରୀ ଦଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।
ଅୟୋଜନ କମିଟି ପକ୍ଷରୁ ଭଞ୍ଜ ଭବନ ପ୍ରକ୍ଷାଳୟ ରେ ସୁନ୍ଦରଗଡ଼ ଜିଲ୍ଲା ଆଥେଲେଟିକ ଆସୋସିଏସନ୍ ଓ ରାଇମା କ୍ଳବ ପକ୍ଷରୁ ଡେଡ୍ ଲିଫଟିଙ୍ଗ ପ୍ରତିଯୋଗିତା ବାସୁଦେବ ବାନାର୍ଜୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଏହାକୁ ଅର୍ଜୁନ ପୁରସ୍କାର ବିଜେତା ସୁନିଲ୍ ପାତ୍ର, ରାଇମା କ୍ଳବ ସଭାପତି ତଥା ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ସୁନ୍ଦରଗଡ଼ ଜିଲ୍ଲା ଆଥେଲେଟିକ ଆସୋସିଏସନ୍ ର ସାଧାରଣ ସମ୍ପାଦକ ପ୍ରଭାତ ଭୋଳ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଏଥିରେ ପ୍ରାୟ ୧୫୦ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଆସନ୍ତା କାଲି ସକାଳ ୭ ଟା ସମୟରେ ସେକ୍ଟର ୨ ଠାରୁ ମାରାଥନ କାର୍ଯ୍ୟକ୍ରମ ସଂଗଠିତ ହେବାକୁ ଥିବାବେଳେ ବହୁ ସଂଖ୍ୟାରେ ଯୁବ ଛାତ୍ର ଓ ଜନ ସାଧାରଣ ସାମିଲ ହେବାକୁ ଅନୁରୋଧ କରାଯାଇଛି।

0
0
0
s2sdefault