ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ଗ୍ରାମ ନିକଟରେ ରହିଥିବା ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଶିକ୍ଷକ ଓ ଅବିଭାବକ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ବିଗତ ଦିନରେ ମୃତ୍ୟୁବରଣ କରିଥିବା ନବମ ଶ୍ରେଣୀର ଛାତ୍ରୀ ସୌଦାମିନି ରଇତଙ୍କ ଉଦ୍ଦେଶ୍ୟରେ ୧ମିନଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
ଏହାପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା। ବିଦ୍ୟାଳୟର ଅଧ୍ଯକ୍ଷ ଶ୍ରୀକାନ୍ତ ରଥ ଉପସ୍ଥିତ ଅବିଭାବକ ମାନଙ୍କୁ ବିଦ୍ୟାଳୟରେ ଶିକ୍ଷା , ସ୍ୱଚ୍ଛତା , ପରିବେଶ ପରିଚ୍ଛନ୍ନ , ପାନୀୟଜଳ , ବିଦ୍ୟୁତିକରଣ , ସିସିଟିଭି କ୍ୟାମେରା ସଂଯୋଗ , ପାଠପଢ଼ା , ଶାନ୍ତି ଶୃଙ୍ଖଳା ରକ୍ଷା , ସମୟାନୁବର୍ତ୍ତିତା ଓ ନୂତନ ଶିକ୍ଷକଙ୍କ ଯୋଗଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ।
ବିଭିନ୍ନ ବିଷୟକୁ ନେଇ ଅବିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଶେଷରେ ଜିଲ୍ଲାର ୭ଟି ବ୍ଳକରୁ ଆସିଥିବା ୧୫୦ରୁ ଉର୍ଦ୍ଧ୍ଵ ଅବିଭାବକମାନଙ୍କୁ ନେଇ ୨୦୨୩-୨୦୨୪ ଶିକ୍ଷାବର୍ଷ ପାଇଁ ୧୫ ଜଣିଆ ନୂତନ କମିଟି ଗଠନ କରାଯାଇଥିଲା। ଏହି ବୈଠକରେ ବିଦ୍ୟାଳୟର ଉପାଧ୍ୟକ୍ଷ ଜେ.ପି.ମେହେତା , ବରିଷ୍ଠ ଶିକ୍ଷକ ହରପ୍ରସାଦ ମିଶ୍ର , କୈଳାଶ ଚନ୍ଦ୍ର ପୃଷ୍ଟି , ବିରେଶ ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ରାଜ୍ୟ
ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷକ ଓ ଅବିଭାବକଙ୍କ ସାଧାରଣ ବୈଠକ ଅନୁଷ୍ଠିତ
- Hits: 326








