ହେଡଲାଇନସ୍:

ଦେଶ ପାଇଁ ବୀର ସଂଗ୍ରାମୀ ଙ୍କ ବଳିଦାନ ର ସ୍ମୃତି ଉଦ୍ଦେଶ୍ୟରେ ରକ୍ତବୀରଙ୍କ ରକ୍ତଦାନ ଶିବିର |

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସାନଖେମୁଣ୍ଡି /ରମେଶ ପ୍ରଧାନ: ଭାରତ ସ୍ୱାଧୀନତାର 77ତମ ମହାନ ଦିବସ ଅବସରରେ ଆମ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସଂଗ୍ରାମୀ ତଥା ଶହୀଦ ଯବାନ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲା ର ବ୍ରହ୍ମପୁର ରକ୍ତ ଭଣ୍ଡାର ର ରକ୍ତ ଅଭାବ ଦୂର କରିବା ପାଇଁ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ତତ୍ୱାବଧାନରେ ପାଟପୁର ଗାନ୍ଧୀ ଛକ ଠାରେ ଏକ ବିଶାଳ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ |ରକ୍ତଦାନ ଶିବିରକୁ ଉତ୍ସାହ ର ବହୁ ଯୁବକ ସ୍ବେଛାକୃତ ରକ୍ତଦାନ କରିଥିଲେ |ମହିଳାଙ୍କୁ ରକ୍ତଦାନ ସଚେତନତା ସୃଷ୍ଟି କରିବାପାଇଁ ଦୁର୍ଗା ପ୍ରସାଦ ପାଢ଼ୀଙ୍କ ସହ ଧର୍ମିଣୀ ରକ୍ତଦାନ କରିଥିଲେ |ଶିବିରରେ ରେକର୍ଡ ସଂଖ୍ୟକ 306 ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି |ରକ୍ତ ଅଭାବଜନିତ ମୃତ୍ୟୁ ହାର ରୋକିବାରେ ଏପରି କାର୍ଯ୍ୟ କ୍ରମ ବିଶେଷ ସହାୟକ ହେବ ବୋଲି ବିଧାୟକ ରମେଶ ଚନ୍ଦ୍ର ଜେନା ଗୁରୁତ୍ୱ ଦେଇ କହିଛନ୍ତି |ଆୟୋଜିତ ଶିବିରରେ ସାନଖେମୁଣ୍ଡି ବ୍ଲକ କଂଗ୍ରେସ ର ବହୁ ପ୍ରତିନିଧି ଯୋଗ ଦେଇଥିଲା ବେଳେ ବିଧାୟକ ଜେନାଙ୍କ ବାପା ଅରକ୍ଷିତ ଜେନା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ |

0
0
0
s2sdefault