ଉଦୟନାଥ ପଣ୍ଡା (ଭଞ୍ଜନଗର): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଘୁମୁସର ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5t ସଚିବ ଙ୍କ ଉଦେଶ୍ୟ ରେ ଚିଠି ଲେଖାରେ ସାମିଲ୍ ହେଲେ ଛାତ୍ରୀ ଗଣ। ଏଥି ସହ ଘୁମୁସର ଜିଲ୍ଲା ଦାବି ପାଇଁ ଦସ୍ତଖତ କରି ନିଜ ମତ ରଖିଥିଲେ ସମସ୍ତ ଛାତ୍ରୀ ମାନେ।
ଘୁମୁସର ବାହିନୀ ର ଏହି କାଯ୍ୟକ୍ରମ କୁ ସମସ୍ତ ଛାତ୍ରୀ ଏବଂ ମହିଳା ବିଦ୍ୟାଳୟ ର ଅଧ୍ୟକ୍ଷା ମାମା ପରିଡ଼ା ଏବଂ ଅଧ୍ୟାପିକା ଡଃ.ନଳିନୀ ପ୍ରଭା ଦାସ , ରାଧାମାଧବ ପ୍ରଧାନ , କୈଳାସ ଚନ୍ଦ୍ର ପାଢ଼ି, ସୁଶ୍ରୀ ଆରତୀ ସେଠି ଓ ପି.ଇ.ଟି ସୁଚିତ୍ରା ସ୍ଵାଇଁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲା ମାନ୍ୟତା ପାଇଁ ତିନି ଶହ ଚିଠି ,ଦସ୍ତଖତ ଏବଂ ଜିଲ୍ଲା ଦାବି ବିଷୟରେ ସଚେତନତା ବାର୍ତ୍ତା ଦ୍ଵାରା ପିଲାଙ୍କ ମଧ୍ୟରେ ଉଛାହ ଦେଖିବାକୁ ମିଳିଥିଲା ।
ଏଥିପାଇଁ ସ୍କୁଲର ସମସ୍ତ ଛାତ୍ରୀ , ଙ୍କୁ ଘୁମୁସର ବାହିନୀ ର ସଦସ୍ୟ ମାଧବ ନାୟକ ଓ ନଚିକେତା ପ୍ରଧାନ ଧନ୍ୟବାଦ ଜଣାଇଥିଲେ ।
ରାଜ୍ୟ
ଘୁମୁସର ଜିଲ୍ଲା ମାନ୍ୟତା ପାଇଁ ଚିଠି ଲେଖା ଅଭିଯାନରେ ସାମିଲ୍ ହେଲେ ସଂଖ୍ୟାଧିକ ଛାତ୍ରୀ।
- Hits: 234








