ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତାରିଣୀ ପ୍ରସାଦ ପଣ୍ଡା ଙ୍କ ମାତା ସଙ୍କୁତଳା ପଣ୍ଡା (୮୫) ଙ୍କ କେଉଟ ସାହି ସ୍ଥିତ ତାଙ୍କ ନିଜସ୍ଵ ବାସ ଗୃହ ଠାରେ ରବିବାର ଦିନ ରାତ୍ର ୭ଘଣ୍ଟା ସମୟରେ ବିୟୋଗ ହୋଇଯାଇଛି। ସେ ଜଣେ ଧର୍ମ ପରାୟଣ ଓ ମେଳାପି ଥିଲେ। ତାଙ୍କର ବିୟୋଗ ରେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ , ପ୍ରେସ କ୍ଲବ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।
ତାଙ୍କ ବିୟୋଗରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ହାଇଟେକ୍ ଗ୍ରୁପର ଅଧକ୍ଷ ତିରୁପତି ପାଣିଗ୍ରାହୀ , ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ , ମୋହନା ବିଧାୟକ ଦାଶରଥି ଗୋମାଙ୍ଗ, ଜିଲ୍ଲା କଂଗ୍ରେସ ଦଳର ଉପ-ସଭାପତି ବସନ୍ତ ପଣ୍ଡା , ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ , ଉପ-ନଗରପାଳ ଅଭିମନ୍ୟୁ ପଣ୍ଡା , ଆଇନଜିବୀ ନରେଶ ପାତ୍ର (ସାନ) , ଅରୁଣ କୁମାର ପରିଡ଼ା , ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ , ବରିଷ୍ଠ ସାମ୍ବାଦିକ ଗଣେଶ କୁମାର ରାଜୁ , ଦେବାଶିଷ ପାଢ଼ୀ , ଜଗଦୀଶ ପଣ୍ଡା , ବୀରକିଶୋର ପଟ୍ଟନାୟକ, କୃଷ୍ଣ ବେହେରା, ରୁପେଶ ସାହୁ, ବାଳକୃଷ୍ଣ ପାଣିଗ୍ରାହୀ , ସନ୍ତୋଷ ପଟ୍ଟନାୟକ , ବାପି ପଣ୍ଡା , ନାଗେଶ୍ଵର ମହାପାତ୍ର , ବାବୁ ଦାସ , ଆଚାର୍ଯ୍ୟ , ଏ.ରାମୁ ଅନିଲ , କେ. ରାମସ୍ଵାମି , ସନ୍ତୋଷ କୁମାର ପାଟ୍ଟଯୋଶୀ।
ରାଜ୍ୟ
ବରିଷ୍ଠ ସାମ୍ବାଦିକ ତାରିଣୀ ପଣ୍ଡାଙ୍କ ମାତୃ ବିୟୋଗ ରେ ବିଭିନ୍ନ ମହଲରେ ଶୋକ
- Hits: 267








