ଭଞ୍ଜନଗର (ଉଦୟ ପଣ୍ଡା) : ମଣିଷର ଅସହାୟତା କେତେ ଯେ ଚରମ ସୀମାରେ ପହଞ୍ଚି ପାରେ ! ଶେଷରେ ଶବଶତ୍କାର ରୁ ବି ବଞ୍ଚିତ ହେବାକୁ ପଡ଼ିଥାଏ । ଗତ ତା ୧୩/୦୮/୨୦୨୩ ରିଖ ଭଞ୍ଜନଗର ବ୍ଲକ ଲଣ୍ଡେଇ ସାହି ଠାରେ ସକାଳ ୧୦ ଟା ସମୟରେ ଏକ ବୃଦ୍ଧାଙ୍କର ମୃତ୍ୟ ଘଟିଥିଲା। ସ୍ୱାର୍ଥପର ସମାଜର ,ସ୍ୱାର୍ଥ ଲାଗି ବହୁ ସମୟ ଧରି ଶବଟି ପଡି ରହିଥିଲା । ମୃତ ବୃଦ୍ଧାଙ୍କ ଝିଅ ତାଙ୍କ ପାଖରେ ଅସହାୟ ହୋଇ କାନ୍ଦୁଥିଲେ। ନା ତାଙ୍କ ଲୁହ କେହି ପୋଛି ଦେଉଥିଲା, ନା ସେ ତାଙ୍କ ମାଆଙ୍କ ପାଇଁ ଚାରୋଟି କାନ୍ଧ ଯୋଗାଡ଼ କରିପାରୁ ଥିଲା। କୌଣସି ସୂତ୍ରରୁ ଖବର ପାଇ ଏଭଳି ଏକ ବିପଦରେ ପଡିଥିବା ଅସହାୟ ବୃଦ୍ଧାଙ୍କ ଶବ ନିକଟରେ ପହଞ୍ଚି ଥିଲେ ସମସ୍ତଙ୍କ ବିପଦରେ ଠିଆ ହୋଇପାରୁଥିବା ଭିନ୍ନ ଏକ ଅନୁଷ୍ଠାନ ବିପଦର ବନ୍ଧୁ। ଉକ୍ତ ଅନୁଷ୍ଠାନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତତ୍ ପରେ ଅନୁଷ୍ଠାନର ସଦସ୍ୟମାନେ ବୃଦ୍ଧା ମାଆଙ୍କ ଶବ ଶତ୍କାର କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହି ସ୍ବେଛାସେବୀ ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀ ଅନୁପମ୍ ବାନାର୍ଜୀ ଙ୍କ ପରିଚାଳନା ରେ ,ଅପରାହ୍ନ ସମୟରେ ସ୍ଥାନୀୟ ସ୍ମଶାନ ରେ , କିଛି ସହୃଦୟ ବ୍ୟକ୍ତି ଙ୍କ ସହଯୋଗ ରେ ଶବଦାହ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ତତ୍ ପରେ ବୃଦ୍ଧାଙ୍କ ଆତ୍ମାର ସଦ୍ଗତି ଲାଗି ସାମୂହିକ ପାର୍ଥନା ମଧ୍ୟ କରାଯିବା ର ଶୁଣାଯାଇଥିଲା। ଅନୁଷ୍ଠାନର ଏପରି ସହଯୋଗକୁ , ମୃତ ବୃଦ୍ଧା ଙ୍କ ଅସହାୟ ଝିଅଟି କେବେ ଭୁଲିପାରିବେ ନାହିଁ ବୋଲି ମତାମତ ଦେବା ସଙ୍ଗେ ସଙ୍ଗେ ଅନୁଷ୍ଠାନ ର ସଦସ୍ୟଙ୍କ ଉତ୍ତୋରତର ଉନ୍ନତି କାମନା କରିଥିଲେ। ଏଥି ସହ ଅନୁଷ୍ଠାନ ର ସେବା କ୍ଷେତ୍ରରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହୋଇଥିବାରୁ ସମସ୍ତ ସଦସ୍ୟ ଆନ୍ତରିକ ସନ୍ତୋଷ ଲାଭ କରି ପାରିଲେ ବୋଲି ମତାମତ ଦେଇଥିଲେ । କାର୍ଯ୍ୟକ୍ରମ ରେ ରୋଟାରୀ କ୍ଳବ ସଦସ୍ୟ ରଞ୍ଜିତ କୁମାର ବାରିକ ବିପଦର ବନ୍ଧୁ ଅନୁଷ୍ଠାନ ର ସଦସ୍ୟ ପ୍ରଦୀପ ଜେନା, ଯଶୋବନ୍ତ ସୁବୁଦ୍ଧି, ଶୁଭମ ସୁବାଶିଷ ପ୍ରଧାନ,ପପୁ ପାତ୍ର, ପ୍ରମୋଦ ପ୍ରଧାନ, ବିଶ୍ୱରଂଜନ ପଟନାୟକ, ଖିରୋଦ ଗୌଡ଼ ଶୀବରାମ ପ୍ରଧାନ, ସ୍ୱାର୍ନେନ୍ଦୁ ପଣ୍ଡା,ଅରକ୍ଷିତ ପରିଛା ପ୍ରମୁଖ ଉପସ୍ଥିତ ଥିଲେ |
ରାଜ୍ୟ
ସାହିପଡିଶା ପଚାରିଲେନି , ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲେ ସ୍ବେଛାସେବୀ
- Hits: 514








