ହେଡଲାଇନସ୍:

ନବରଙ୍ଗପୁର ଜିଲ୍ଲା ଯୁବ କୃଷକ ସଙ୍ଘର ସଭାପତି ହେଲେ ଶ୍ରୀ ରମେଶ ଟାକ୍ରୀ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଶୋକ ସାହୁ ଶାସକ ପ୍ରଶାସକ:ନବରଙ୍ଗପୁର ଜିଲ୍ଲା କୃଷକ ସଙ୍ଘର ଏକ ସମୀକ୍ଷା ବୈଠକ ସ୍ଥାନୀୟ ତୃପ୍ତି ହୋଟେଲ ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଯୁବ କୃଷକ ସଙ୍ଘର ରାଜ୍ୟ ସଭାପତି ଶ୍ରୀ ପ୍ରଭାକର ନାୟକ ଓ ଅନ୍ୟାନ୍ୟ ରାଜ୍ୟ କର୍ମକର୍ତା ଯୋଗ ଦେଇଥିଲେ | ଏହି ସମୀକ୍ଷା ବୈଠକରେ ଚାଷୀଙ୍କ ଅନେକ ସମସ୍ୟା ଥିବା ଓ ଏହାର ସମାଧାନର ବାଟ କିପରି ବାହାର କରାଯିବ ସେହି ବିଷୟରେ ଅନେକ ଆଲୋଚନା ହୋଇଥିଲା.
ଏହି ବୈଠକରେ ସମସ୍ତଙ୍କ ସହମତିରେ ଜିଲ୍ଲା ସଭାପତି ଭାବରେ ରମେଶ ଟାକ୍ରୀଙ୍କୁ ଚୟନ କରାଯାଇଥିବା ବେଳେ ସଂଜୀବ ଖୁରା, ଅଶୋକ ସାହୁ, ଲାଲୁ କର୍କରl ଘାସିରାମ ହରିଜନ ସମେତ ବିଭିନ୍ନ ବ୍ଲକରୁ ଅନେକ କୃଷକ ଯୋଗ ଦେଇଥିଲେ | ଆଗାମୀ ଦିନରେ ଏହି ସଙ୍ଘଠନ ଜିଲ୍ଲାରେ କୃଷକ ମାନଙ୍କ ସମସ୍ୟାକୁ ନେଇ ସଂଘର୍ଷ ଜାରି ରଖିବାକୁ ରାଜ୍ୟ ସଭାପତି ପରାମର୍ଶ ଦେଇଥିଲେ

0
0
0
s2sdefault