ହେଡଲାଇନସ୍:

ଜମନକିରା ବ୍ଲକ ରେ ମେରି ମାଟି, ମେରା ଦେଶ୍ ପାଳନ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଜମନକିରା :(ଲିପନ ନାଏକ) ଜମନକିରା ବ୍ଲକ ର ବିଭିନ୍ନ ପଞ୍ଚାୟତ ଏବଂ ନେହେରୁ ଯୁବ କେନ୍ଦ୍ର ର ମିଳିତ ଆନୁକୁଲ୍ୟରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାର ଙ୍କ ଏହି କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ, ସହିଦ ମାନଙ୍କୁ ସମ୍ମାନ ଦେବା ଆଦି ସାମିଲ ହୋଇଛି। ଏହା କେନାଢ଼ିପା ପଞ୍ଚାୟତ ଠାରୁ ଆରମ୍ଭ ହୋଇଥିଲା। ପଞ୍ଚାୟତ ର ସରପଞ୍ଚ କଲ୍ୟାଣୀ ନାଏକ ଏବଂ ପି ଇ ଓ ସୁରେନ୍ଦ୍ର କୁଜୁର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହାପରେ ବିଭିନ୍ନ ପଞ୍ଚାୟତ ମହଦା, ଧୁଡ଼ିପାଲି,, ଡିମିରୀମୁଣ୍ଡା, କୁଲୁଣ୍ଡି ଆଦି ପ୍ରତେକ୍ ସ୍ଥାନରେ ରେ ଏହା ଅତି ଆଡମ୍ବର ସହିତ ପାଳନ ହୋଇଯାଇଛି ଏଥିରେ ପଞ୍ଚାୟତ ର ସରପଞ୍ଚ ମାନେ, ପି ଇ ଓ ମାନେ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତନୟା ଧୁରୂଆ ସାମିଲ ହୋଇଥିଲେ । ଏହାଛଡା ପଞ୍ଚାୟତ ର ଯୁବ ସମାଜସେବୀ ସଞ୍ଜୟ ଦେହୁରୀ, ଫରେଷ୍ଟର ଅଭିନ୍ ସୁନ୍ଦର ବାଘ୍, ନେହେରୁ ଯୁବ କେନ୍ଦ୍ର ର ଯୁବ ସ୍ଵେଚ୍ଛାସେବୀ ମାନସ ଦେହୁରୀ ଓ ଶମ୍ଭୁନାଥ ସାହୁ ଏଥିରେ ଯୋଗଦାନ କରିଥିଲେ । ବସୁଧା ବନ୍ଦନ, ନିଜ ମାଟି ତଥା ସହିଦ ମାନଙ୍କ ପରିବାର କୁ ସମ୍ମାନିତ କରିବା, ବୃକ୍ଷ ରୋପଣ ଆଦି ଏହାର ଲକ୍ଷ୍ୟ।

0
0
0
s2sdefault