ଜମନକିରା/ଲିପନ ନାୟକ: ବାମରା ବନ୍ୟାପ୍ରାଣୀ ବନଖଣ୍ଡ ଭୋଜପୁର ରେଞ୍ଜ ଜମନକିରା ସେକ୍ସନ ଟିକିଲିପଡ଼ା ପଞ୍ଚାୟତ ବାରଡିଆ ଗ୍ରାମରେ ବନବିଭାଗ ପକ୍ଷରୁ ୫୦ ପରିବାରଙ୍କୁ ସୋଲାର ଲାଇଟ ଲଣ୍ଠନ ବଣ୍ଟନ କରାଯାଇଛି। ଜମନକିରା ବ୍ଲକ ଅଞ୍ଚଳ ହେଉଛି ହାତୀ ପ୍ରବଣ ଅଞ୍ଚଳ। ପ୍ରକାଶ ଥାଉ କି ଟିକିଲିପଡା ପଞ୍ଚାୟତର ଅଧିକାଂଶ ଗ୍ରାମ ବଣ ପାହାଡ ଘେରା ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ମଧ୍ୟରେ ଅବସ୍ଥିତ। ଅଧିକାଂଶ ସମୟରେ ଜଙ୍ଗଲି ହାତୀ, ବରାହ ବିଭିନ୍ନ ପ୍ରାକର ବନ୍ୟଜନ୍ତୁ ଗାଁକୁ ପଶି ଫସଲ ନଷ୍ଟ କରିବା ସହ ଜନସାଧାରଣଙ୍କୁ ମଧ୍ୟ ଆକ୍ରମଣ କରିବା ନଜର ରହିଛି। ଘର ବାଡ଼ି ଭାଙ୍ଗି ନଷ୍ଟ କରିଦେଉଛନ୍ତି ।
ତେଣୁ ଜଙ୍ଗଲି ଜନ୍ତୁ ଘଉଡ଼ାଇବା ପାଇଁ ରେଞ୍ଜର ଲକ୍ଷ୍ମୀନାରାୟଣ ନାଏକ,ଜମନକିରା ବ୍ଲକ ଭାଇସ ପ୍ରେସିଡେଣ୍ଟ ରୋହିତ ଭୋଇ, ସରପଞ୍ଚ ଟିକିଲିପଡ଼ା, ୱାର୍ଡ ମେମ୍ବର,ଫରେସଷ୍ଟର ସୁନିତା ନାଏକ, ଫରେଷ୍ଟ ଗାର୍ଡ, ସୁଜାତା ପଟେଲ, ବିମଳ ମାଝୀ ଜମନକିରା ସେକ୍ସନ ବରାହମୁଣ୍ଡି, ଫୁଲକୁସମ୍ ବିଟ ର ସମସ୍ତ ବନକର୍ମଚାରୀ ଉପସ୍ଥିତ ରହି ଲୋକଙ୍କୁ ସୋଲାର ଲାଇଟ୍ ବଣ୍ଟନ କରିଥିଲେ।
ରାଜ୍ୟ
ବାରଡିଆ ରେ ସୋଲାର ଲାଇଟ ଲଣ୍ଠନ ବଣ୍ଟନ
- Hits: 256








