କେନ୍ଦ୍ରାପଡା: ପ୍ରଫୁଲ୍ଲ କୁମାର ମଲ୍ଲ : ପାଟକୁରାର ବରିଷ୍ଟ କଂଗ୍ରେସ ନେତା ତଥା ରାଜ୍ୟ ସମିତି ସଭ୍ୟ ସଙ୍ଘର ପୂର୍ବତନ ସଭାପତି ରଘୁନାଥ ଶତପଥିଙ୍କର ଆଜି ଦିନ 12.48 ସମୟରେ ହୃଦଘାତ ରେ ପରଲୋକ ହୋଇଛି । ମୃତୁ ବେଳକୁ ତାଙ୍କୁ 65 ବର୍ଷ ବୟସ ହୋଇଥିଲା । କେନ୍ଦ୍ରାପଡ଼ା 14 ନମ୍ବର ଜୋନ ର ସେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଥିଲେ । ଅଭିଭକ୍ତ ଲୁଣା ଚିତ୍ରୋତ୍ପଳା ଦ୍ବିପାଞ୍ଚଳ ଅଞ୍ଚଳରେ ଦଳ ବଳ ନିର୍ବି ଶେଷରେ ସେ ଲୋକପ୍ରିୟ ନେତା ଥିଲେ । ସମାଜସେବା କ୍ଷେତ୍ରରେ ବି ସେ ମନ ବଳେଇ ନିଜ ଅଞ୍ଚଳ ପାଇଂ ଅନେକ ଉନ୍ନୟନ ମୂଳକ କର୍ଯ୍ୟ କରିଥିଲେ । ଆଜି ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡ଼ାର ବିଭିନ୍ନ ଦଳର ନେତା ଓ କର୍ମୀ ତାଙ୍କୁ ଶେଷ ଦର୍ଶନ କରିଥିଲେ । କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା , ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ପ୍ରମୁଖ ରଘୁନାଥ ଙ୍କ ଅନ୍ତିମ କାର୍ଯ୍ୟରେ ଯୋଗ ଦେଇଥିଲେ । ରଘୁନାଥ ଶତପଥିଙ୍କ ମର ଶରୀର ତାଙ୍କ ନିଜ ଜନ୍ମ ମାଟି ଜଆଁରା ବାରିମୂଳ ପଞ୍ଚାୟତର ପ୍ରତିଟି ୱାର୍ଡରେ ସ୍ୱର୍ଗ ରଥ ସାହାଯ୍ୟରେ ବୁଲିବା ପରେ ଶେଷରେ ନିଜ ଜନ୍ମ ଭୂମି ବମଫୁ ଗ୍ରାମରେ ସନ୍ଧ୍ୟା ସମୟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲl । ତାଙ୍କ ବଡ଼ ପୁଅ ତାଙ୍କୁ ମୁଖାଗ୍ନି ଦେଇଥିଲେ ।
ରାଜ୍ୟ
କଂଗ୍ରେସ ନେତା ରଘୁନାଥ ଶତପଥିଙ୍କ ପରଲୋକ ।
- Hits: 459








