ହେଡଲାଇନସ୍:

ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର : ଆଜି ରସୁଲଗଡ ସ୍ଥିତ ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ଡଃ ଅଗ୍ରୱାଲା ଚକ୍ଷୁ ଚିକତ୍ସାଳୟ ସହଯୋଗରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରକୁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଥି ସହିତ ଓଡ଼ିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ବିଜେଡି ସହ ସମ୍ପାଦକ ରୁଦ୍ର ସାମନ୍ତରାୟ, ସ୍ଥାନୀୟ କର୍ପୋରେଟର ଏସ, କେ ନୁରହାସନ, ଛାତ୍ର ବିଜେଡ଼ି ସହ ସାଧାରଣ ସମ୍ପାଦକ ସୌମ୍ୟ ରଂଜନ ପ୍ରଧାନ ଉପସ୍ଥିତ ଥିଲେ ।

ଏହି ଶିବିରରେ ଟ୍ରକ୍ ଡ୍ରାଇଭର ଓ ନିର୍ମାଣ ଶ୍ରମିକ, ବିଭିନ୍ନ ଉଠା ଦୋକାନୀ ମାନଙ୍କ ସହିତ ଦୁଇ ଶହରୁ ଉର୍ଦ୍ଧ୍ବ ଲୋକ ଚକ୍ଷୁ ପରୀକ୍ଷା କରିଥିଲେ।

ଆସୋସିଏସନର ସମ୍ପାଦକ ସୁଶାନ୍ତ ରଣା, ସଭାପତି ନିଖିଲ ରାଉତରାୟ, କୋଷାଧ୍ୟକ୍ଷ ସମୀର କୁମାର ବେହେରା, ଉପଦେଷ୍ଟା ତ୍ରିଲୋଚନ ରାଉତରାୟ ସହିତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

0
0
0
s2sdefault