ହେଡଲାଇନସ୍:

ବିଜେଡି ଜିଲ୍ଲାପରିଷଦ ଜୋନ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଲ ଗ୍ରାମପଞ୍ଚାୟତ ଦିପ୍ତିପୁର ଶ୍ରୀଅରବିନ୍ଦ ପୂଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସମ୍ମୁଖ ପଡିଆରେ ଏକ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ପରିଷଦ ସଭ୍ୟା ପୂଣ୍ଣିମା ରଣାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଯୁବନେତା ଭୋଜରାଜ ସିଂ ବରିହା, ସମ୍ମାନିତ ଅତିଥି ଭାବେ, ରାଜ୍ୟ ସଂପାଦକ ରାଜୁ ଘିବେଲା,ଜିଲ୍ଲା ପରିଷଦ ଜୋନ ପର୍ଯ୍ୟବେକ୍ଷକ ଏସ୍.ଜି ଆଖବର,ଚମ୍ପକ ପୁରୋହିତ ଯୋଗ ଦେଇଥିଲେ।ମେଲଛାମୁଣ୍ଡା ପଞ୍ଚାୟତ ବିଜୁ ଜନତା ଦଳ ସଭାପତି ମନୋଜ ଭୋଇ ମଞ୍ଚପରିଚାଲନା କରିଥିଲେ। ଏହି ସଭାରେ ୮ଟି ପଞ୍ଚାୟତରର ସମସ୍ତ ବୁଥ ସ୍ତରୀୟ ସମସ୍ତ କର୍ମୀ ମାନେ ଅଶଂଗ୍ରହଣ କରିଥିଲେ।ଅନୁଷ୍ଠିତ ସଭାରେ କିପରି ଭାବରେ ଆଗାମି ନିର୍ବାଚନରେ ସଂକ୍ରୀୟ ସଦସ୍ୟ ମାନେ ଦଳକୁ ମଜବୁତ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସମସ୍ତ ବିଜୁ ଜନତା ଦଳର ସମସ୍ତ ଦଳୀୟ କର୍ମୀ ସହଯୋଗ କରିଥିଲେ।

0
0
0
s2sdefault