ଜ୍ୟୋତି ନଗର ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ
ପଦ୍ମପୁର (ଶିବାଶିଷ ପଟ୍ଟନାୟକ) -ପଦ୍ମପୁର ଏନଏସି ଅଧୀନ ରେ ଥିବା ୱାର୍ଡ ନମ୍ବର ୨ ରେ ଥିବା ଜ୍ୟୋତି ନଗର (ମାଷ୍ଟର କଲୋନୀ ) କୁ ପକ୍କା ରାସ୍ତା ତଥା ଅଧିକାଂଶ ଅଞ୍ଚଳ କୁ ପିଇବା ପାଣି ଯୋଗାଣ ସୁବିଧା ନଥିଲା ।ଏ ସଂପର୍କରେ ପଡା ବାସିନ୍ଦା ଦୀର୍ଘ ଦିନ ଧରି ଅଭିଯୋଗ କରି ଆସୁଥିଲେ ।ଏବଂ ଉପନିର୍ବାଚନ ରେ ଶାସକ ଦଳ ନିର୍ବାଚନରେ ପ୍ରତିଶୃତି ଦେଇଥିଲେ । ସେହି ପ୍ରତିଶ୍ରୁତି ରକ୍ଷା କରି ଆଜି ବିଧାୟିକା ବର୍ଷା ସିଂ ବରିହା ଏହି ପଡା ରେ କଂକ୍ରିଟ ରାସ୍ତା ର ଶୁଭ ଦେଇଛନ୍ତି ।
ବିଧାୟିକାଙ୍କ ସମେତ ଏନଏସି ଅଧ୍ୟକ୍ଷା ସାବିତ୍ରୀ ବାଗ ,ଉପାଧକ୍ଷା ଭାରତୀ ପଟ୍ଟନାୟକ ,ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ,କାଉନସିଲର କୁନାଲ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।ପଡା ର ବାସିନ୍ଦା ପ୍ରକାଶ ସାହୁ,ବିଦ୍ୟାଧର ଦାଶ, ଉମାକାନ୍ତ ସାହୁ ,ମଧୁସୂଦନ ଦେବତା, ରଞ୍ଜନ ପଣ୍ଡା ,ଦୈତାରି ସ୍ୱାଇଁ,ସୁରେନ୍ଦ୍ର ପୁରୋହିତ, ଲଳିତ ଦାଶ, କିଶୋର ଚନ୍ଦ୍ର ଦାଶ,ଜାନକୀ ସାହୁ ,ମାମି ପଣ୍ଡା ,ସଂଯୁକ୍ତା ଦାଶ,ନିବେଦିତା ପଣ୍ଡା ,ସଂଜୁ ପଣ୍ଡା ଙ୍କ ସମେତ ଅନେକ ପୁରୁଷ ଓ ମହିଳା ଏକ ଶୋଭାଯାତ୍ରା କରି ପାଛୋଟି ନେଇଥିଲେ ।ବିଧାୟୀକା ସହିତ ପଡାବାସୀ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଓ ବିଧାୟିକା ସମସ୍ତ ପ୍ରକାର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।








