ହେଡଲାଇନସ୍:

ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟ୍ରେନରେ ଦୁର୍ଘଟଣାଗ୍ରସ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ହୋଇଥିଲା ମୃତ୍ୟୁ

ବଲାଙ୍ଗିର/ସନ୍ତୋଷ ଠାକୁର: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବଲାଙ୍ଗିର-ସଇଁନ୍ତଲା ରାସ୍ତା ନିକଟ ରେଳ ଧାରଣାରୁ ଜଣେ ବୟସ୍କା ମହିଳାଙ୍କୁ ଆହତ ଅବସ୍ଥାରେ ବଲାଙ୍ଗିର ଜିଆରପି ପୋଲିସ ଉଦ୍ଧାର କରିଥିଲା। ଘଟଣାର ତଦନ୍ତ ପାଇଁ ବଲାଙ୍ଗିର ଜିଆରପି ଥାନାରେ ଏକ ମାମଲା ରୁଜୁ କରି ଜିଆରପି ପୋଲିସ ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଗତ ୧୯ ଜୁଲାଇରେ ଭର୍ତ୍ତି କରାଇଥିଲା। ୨୨ ଦିନ ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ମହିଳାଙ୍କର ମୃତ୍ୟୁବରଣ ଘଟି ଯାଇଥିଲା। ମୃତ ମହିଳାଙ୍କ ପରିଚୟ ସନ୍ଧାନରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲସ୍ଥିତ ଶବ ସଂରକ୍ଷଣ କେନ୍ଦ୍ରରେ ଶବକୁ ଜିଆରପି ପୋଲିସ ୭୨ ଘଣ୍ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲା। ପରେ ମୃତ ମହିଳାଙ୍କ ପରିଚୟ ମିଳି ପାରି ନ ଥିବାରୁ ଜିଆରପି ପୋଲିସ ଏହି ଅଜ୍ଞାତ ଶବର ସତ୍କାର ନିମନ୍ତେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ସହ ଯୋଗାଯୋଗ କରିଥିଲା। ଖବର ପାଇ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ସ୍ଵର୍ଗରଥ ଧରି ଶବ ସଂରକ୍ଷଣ କେନ୍ଦ୍ରରେ ପହଞ୍ଚିଥିଲେ। ସମସ୍ତ ଔପଚାରିକତା ପରେ ପୋଲିସ ଉପସ୍ଥିତିରେ ସଂଗଠନର ସଦସ୍ୟମାନେ ଶବକୁ ସଂରକ୍ଷଣ କେନ୍ଦ୍ରରୁ ବାହାର କରି ବ୍ୟବଚ୍ଛେଦ କରାଇବା ପରେ ସ୍ୱର୍ଗରଥ ଯୋଗେ ବିଭୁତିପଡା ସ୍ମଶାନକୁ ନେଇଥିଲେ। ସେଠାରେ ସସମ୍ମାନେ ସେହି ଅଜ୍ଞାତ ମହିଳାଙ୍କ ଶେଷ ସଂସ୍କାର ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା କରାଯାଇଥିଲା। ଏହି ଅନ୍ତିମ ସଂସ୍କାର କାର୍ଯ୍ୟରେ ଜଣାଶୁଣା ଡାକ୍ତର ବେଣୁଧର ପାଣ୍ଡେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ସହ ସାମିଲ ହୋଇଥିବା ବେଳେ ସଂଗଠନର ସଦସ୍ୟ ସୁମିତ ମିଶ୍ର, ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥୀ, ଜିତୁ ସାହୁ, ଏମ୍.ଡି. ବବଲୁ, ଉତ୍ତମ ନନ୍ଦ, ତନ୍ମୟ ପୁଟେଲ, ପ୍ରଦୀପ ଜୁଏଡ, ବଳେଶ୍ବର ପୁଟେଲ, ରୂପକ ପ୍ରଧାନ ଓ ଜଗନ୍ନାଥ ସୁନା ସହଯୋଗ କରିଥିବା ବେଳେ ଆବଶ୍ୟକୀୟ କାଠ ଓ ଅନ୍ୟାନ୍ୟ ଉପଯୁକ୍ତ ସାମଗ୍ରୀ ଯୋଗାଇବାରେ ଯୁବ ସମାଜସେବୀ ଟୁନା ମିଶ୍ର ସହଯୋଗ କରିଥିଲେ।

0
0
0
s2sdefault