ହେଡଲାଇନସ୍:

ଗବେଷଣା କ୍ଷେତ୍ରରେ ସହଯୋଗ ନେଇ ସୋଆ ଏବଂ ଟିସିଜିଏଲ୍ଏସ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଅଗଷ୍ଟ ୧୩ : ରସାୟନ ଏବଂ ଜୈବିକ ବିଜ୍ଞାନ କ୍ଷେତ୍ରରେ ଗବେଷଣାକୁ ନେଇ ସହଭାଗିତା କରିବା ଦିଗରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କୋଲକାତା ସ୍ଥିତ ଟିସିଜି ଲାଇଫ୍ସାଇନ୍ସେସ୍ ଲିମିଟେଡ୍ (ଟିସିଜିଏଲ୍ଏସ୍) ମଧ୍ୟରେ ଶନିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ବୁଝାମଣା ଅନୁଯାୟୀ ଜାତୀୟ ଓ ଆନ୍ତଜାର୍ତୀକ ଅନୁଦାନ ସଂସ୍ଥା ର ସହାୟତା ନିମନ୍ତେ ଫାର୍ମାସୁ୍ୟଟିକାଲ୍ ଏବଂ ବାୟୋଟେକ୍ନୋଲୋଜିକାଲ ଶିଳ୍ପ ସହିତ ସଂଶ୍ଳିଷ୍ଟ ଗବେଷଣା ନିମନ୍ତେ ସୋଆ ଏବଂ ଟିସିଜିଏଲ୍ଏସ୍ ଏକତ୍ର କାର୍ଯ୍ୟ କରିବେ ।
ସୋଆ ଓ ଟିସିଜିଏଲ୍ଏସ୍ ମିଳିିତ ଭାବେ ସମ୍ମିଳନୀ, କର୍ମଶାଳା ଏବଂ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଦ୍ୱାରା ବୈଜ୍ଞାନିକ ଏବଂ ଫ୍ୟାକଲ୍ଟିମାନଙ୍କୁ ଏକତ୍ର କାର୍ଯ୍ୟ କରିବା ସହ ପ୍ରୋତ୍ସାହନ ଯୋଗାଇବେ ।
ପାଂଚ ବର୍ଷ ପାଇଁ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣାରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଟିସିଜିଏଲ୍ଏସ୍ର ସହଯୋଗୀ ଉପସଭାପତି (ମାନବ ସମ୍ବଳ) ଶ୍ରୀ ଅନିର୍ବାଣ ମିତ୍ର ଦସ୍ତଖତ କରିଥିଲେ ।
ଏହି ଅବସରରେ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ୍ (ଏସ୍ପିଏସ୍)ର ଡିନ୍ ପ୍ରଫେସର ଏସ୍.ସି.ସି, ସେଂଟର ଫର୍ ବାୟୋଟେକ୍ନୋଲୋଜି (ସିବିଟି)ର ପ୍ରଫେସର ଇ. ସୁବୁଦ୍ଧି ଏବଂ ଏସ୍ପିଏସ ପ୍ରଫେସର ପ୍ରତାପ କୁମାର ସାହୁଙ୍କ ସମେତ ଟିସିଜିଏଲ୍ଏସର ଆସୋସିଏଟ୍ ଡିରେକ୍ଟର ଶ୍ରୀମତି ଇପ୍ସିତା ଚକ୍ରବର୍ତୀ ଉପସ୍ଥିତ ଥିଲେ ।
ବୁଝାମଣା ଅନୁଯାୟୀ ଟିସିଜିଏଲ୍ଏସର କର୍ମଚାରୀମାନେ ସୋଆରେ ଆଡମିଶନ ପ୍ରକ୍ରିୟା ମାଧ୍ୟମରେ ନିୟମିତ ଭାବେ ପିଏଚ୍ଡି କରିପାରିବେ ।

0
0
0
s2sdefault