ହେଡଲାଇନସ୍:

ଧୂମପାନ ବନ୍ଦ କରିବାରେ ନିକୋଟିନ ରିପ୍ଲେସମେଂଟ ଥେରାପି ପ୍ରଭାବର ଅନନ୍ୟ କ୍ଲିନିକାଲ ପରୀକ୍ଷାରେ ଭାରତକୁ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତମାଖୁ ବ୍ୟବହାରକାରୀଙ୍କ ମଧ୍ୟରେଏନଆରଟିର କାର୍ଯ୍ୟକାରିତା ଉପରେ ଅନୁସନ୍ଧାନ କରିବା ପାଇଁ ଭାରତରେ ପ୍ରଥମ ଅଧ୍ୟୟନ

ଭୁବନେଶ୍ୱର,୧୨ଅଗଷ୍ଟ ୨୦୨୩: ଓଡ଼ିଶାର କଟକର ଏସସିବି ଡେଂଟାଲ କଲେଜ ଆଣ୍ଡ ହସ୍ପିଟାଲରେ ଏକ ଅନନ୍ୟ କ୍ଲିନିକାଲ ପରୀକ୍ଷା ଅଭ୍ୟାସଗତ ତମାଖୁ ସେବନକାରୀଙ୍କ ଅଭ୍ୟାସକୁ ସଫଳତାର ସହ ଛଡାଇବାରେ ଫଳପ୍ରଦ ନିକୋଟିନ ରିପ୍ଲେସମେଂଟ ଥେରାପି (ଏନଆରଟି) ଉପରେ ତଥ୍ୟ ପ୍ରକାଶ ପାଇଛି । ଅଧ୍ୟୟନ ନିଶ୍ଚିତ କରିଛି ଏନଆରଟି, ଆଚରଣଗତ ହସ୍ତକ୍ଷେପ ସହିତ ମିଳିତ ଭାବେ, ସଫଳତାର ସହ ଧୂମପାନ ବନ୍ଦ କରିବାର ସମ୍ଭାବନାକୁ ଯଥେଷ୍ଟ ବୃଦ୍ଧି କରିଥାଏ ।

୯୩ ଅଂଶଗ୍ରହଣକାରୀଙ୍କ ଉପରେ କରାଯାଇଥିବା ଏହି ପରୀକ୍ଷାରେ ପ୍ରାୟ ୭୦% ତମାଖୁ ଦ୍ରବ୍ୟ ସେବନକାରୀ ଥିଲେ । ଅଂଶଗ୍ରହଣକାରୀଙ୍କୁ ତିନୋଟି ସମାନତା ଥିବା ଦଳରେ ବିଭକ୍ତ କରାଯାଇଥିଲା । ପ୍ରଥମ ଦଳ ନିକୋଟିନ ଗମ ସେବନ କରୁଥିବାବେଳେ, ଦ୍ୱିତୀୟ ଦଳ ନିକୋଟିନ ପ୍ୟାଚ ବ୍ୟବହାର କରୁଥିଲେ । ସମସ୍ତଙ୍କୁ ପରାମର୍ଶ ମାଧ୍ୟମରେ ସେମାନଙ୍କ ଅଭ୍ୟାସ ଦୁରେଇବା ପାଇଁ ପ୍ରୟାସ କରାଯାଇଥିଲା । ଆଚରଣଗତ ପରାମର୍ଶ ଦ୍ୱାରା ନିକୋଟିନ ପ୍ୟାଚ ଏବଂ ନିକୋଟିନ ଗମ୍ ଗ୍ରହଣ କରିଥିବା ଦଳ ଯଥାକ୍ରମେ ୫.୨ ଏବଂ ୪.୬ ଗୁଣା ଥିଲେ । ଫାଇଲରେ ତଥ୍ୟ ଅନୁସାରେ ଆଚରଣଗତ ପରାମର୍ଶ ଦ୍ୱାରା ସମ୍ପୃକ୍ତ ଦଳଙ୍କଠାରେ ଅନ୍ୟ ଦଳଙ୍କ ଅପେକ୍ଷା ଅଭ୍ୟାସ ଛାଡିବାର ସଫଳତା ସମ୍ଭାବନା ଅଧିକ ରହିଥିଲା । ଅନୁସନ୍ଧାନକାରୀମାନେ ଏନଆରଟି ଥେରାପିର ୧୨ ସପ୍ତାହର ସମୟସୀମା ଅତିକ୍ରମ କରି ୨୬ ସପ୍ତାହ ପର୍ଯ୍ୟନ୍ତ ଏକ ବିସ୍ତୃତ ତଦାରଖ ସମୟ ନିଶ୍ଚିତ କରଥିଲେ । ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ଅଂଶଗ୍ରହଣକାରୀ ସେମାନଙ୍କର ଏନଆରଟି ଥେରାପିକୁ ଗ୍ରହଣ କରିବା ସମୟସୀମାଠାରୁ ଏହି ଉତ୍ପାଦଗୁଡିକର ବ୍ୟବହାର କିମ୍ବା ନିଶା ସମ୍ବନ୍ଧୀୟ ଚିନ୍ତାଧାରାକୁ ଆଉ ଫେରି ନ ଥିଲେ ।


ଅଧ୍ୟୟନ ଅନୁଯାୟୀ, ଧୂମପାନ କିମ୍ବା ତମାଖୁ ସେବନ ଛାଡିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏନଆରଟି ସେମାନଙ୍କର ପ୍ରଥମ ବିକାଶସ୍ତରକୁ ପ୍ରତିନିଧିତ୍ୱ କରିଥିଲା । ଏହି ଅନୁସନ୍ଧାନ ତମାଖୁ ବ୍ୟବହାରକାରୀଙ୍କୁ ଏହି ଅଭ୍ୟାସ ତ୍ୟାଗ କରିବାରେ ସାହାଯ୍ୟ କରିବାରେ ଏନଆରଟିର କାର୍ଯ୍ୟକାରିତାକୁ ସୂଚିତ କରି ଧୂମପାନହୀନ ତମାଖୁ ବ୍ୟବହାରକାରୀଙ୍କ ଆବଶ୍ୟକତାକୁ ମଧ୍ୟ ସଫଳ ଭାବେ ସମାଧାନ କରିଥିଲା । ଏହି ଜନସଂଖ୍ୟାଙ୍କୁ ବିଶ୍ୱବ୍ୟାପୀ ଅଧ୍ୟୟନରେ ପ୍ରାୟତଃ ଅଣଦେଖା କରାଯାଇଥାଏ । ଅଂଶଗ୍ରହଣକାରୀଙ୍କ ଉପରେ ବିସ୍ତୃତ ତଦାରଖ, ଏନଆରଟି ଥେରାପିର ସୁପାରିଶ ସମୟସୀମାଠାରୁ ଅଧିକ ଧାର୍ଯ୍ୟ ସମୟ ସୁନିଶ୍ଚିତ କରିଥିଲା ଯେ ଏହାର ଦୀର୍ଘକାଳୀନ ବ୍ୟବହାର ଏବଂ ପ୍ରଭାବ ବିଷୟରେ ଆମେ ଅନନ୍ୟ ଅଭିଜ୍ଞାନ ହାସଲ କରିଛୁ ।

ଏସମ୍ପର୍କରେ ଚାରୁଦତ ପାଣିଗ୍ରାହୀ, ମେଂଟର, ଫୋରମ ଫର ଇଟିଂଗ୍ରେଟେଡ ଡେଭଲପମେଂଟଆଣ୍ଡ ରିସର୍ଚ୍ଚ (ଏଫଆଇଡିଆର), ଏକ ନାଗରିକ ସମାଜ ସଂଗଠନ ଯାହା ଓଡିଶାର ବିକାଶମୂଳକ ପଦକ୍ଷେପ ଦିଗରେ ସକ୍ରିୟ ଭାବରେ କାର୍ଯ୍ୟ କରିଥାଏ,କହିଲେ, ଏହି ପରୀକ୍ଷା ହେଉଛି ବ୍ୟାପକ ସମାଧାନ ଦିଗରେ ଏକ ଅନନ୍ୟ ସଫଳତା ଯାହା ଜୀବନ ରକ୍ଷା କରିପାରିବ । ଏନଆରଟି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଅଭ୍ୟାସଗତ ଆଚରଣକୁ ବନ୍ଦ କରିବାକୁ ସୁନିଶ୍ଚିତ କରିଥାଏ । ବିଶେଷକରି ଆମର ଯୁବବର୍ଗମାନଙ୍କ ପାଇଁ, ଏହା କେବଳ ଏକ ପସନ୍ଦଯୋଗ୍ୟ ନୁହେଁ, ବରଂ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ନିଶା ମୁକ୍ତ ଭାବେ ଏକ ମୁଖ୍ୟ ଦାୟିତ୍ୱ ତୁଲାଇ ଥାଏ ।

ତମାଖୁ ସେବନ ବିରୁଦ୍ଧରେ ବୃଦ୍ଧି ପାଉଥିବା ବିଶ୍ୱସ୍ତରୀୟ ଅଭିଯାନ ମଧ୍ୟରେ, ଏନଆରଟି ଏକ ପ୍ରମାଣିତ ମାଧ୍ୟମ ଭାବରେ ଉଭା ହୋଇଛି । ଏହି ପରିପ୍ରେକ୍ଷୀରେ, ବିଭିନ୍ନ ଅନ୍ତର୍ଜାତୀୟ ଡ୍ରଗ୍ସ ନିୟାମକ ଏଜେନ୍ସିଗୁଡ଼ିକ ଏଭଳି ସମସ୍ୟାର ମୁକାବିଲା ପାଇଁ ଏନଆରଟିକୁ କେବଳ ପରାମର୍ଶଗତ ଉପାୟ ଭାବେ ଗ୍ରହଣ କରି ନ କରି ଅଭ୍ୟାସ ତ୍ୟାଗ କରିବାକୁ ସ୍ଥିର କରିଥିବା ଲୋକଙ୍କ ନିକଟରେ ପହଂଚିବାର ପଥକୁ ସୁଗମ କରି ପାରିଥାଏ ।

ଓଡିଶାର କଟକର ଏସସିବି ଡେଂଟାଲ କଲେଜ ଆଣ୍ଡ ହସ୍ପିଟାଲ, ଦ୍ୱାରା କରାଯାଇଥିବା କ୍ଲିନିକାଲ ପରୀକ୍ଷଣର ଫଳାଫଳ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ଫାଇଲରେ ଥିବା ତଥ୍ୟରେ ଅନୁସନ୍ଧାନ ସମ୍ପର୍କରେ ଦର୍ଶାଯାଇଛି ।

 

 

0
0
0
s2sdefault