ହେଡଲାଇନସ୍:

ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ରିସ୍ତା’ ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳିଙ୍ଗନଗର: ସମଗ୍ର ବିଶ୍ୱରେ ଯୁବଗୋଷ୍ଠୀ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ରାଜନୈତିକ, ସାଂସ୍କୃତିକ ତଥା ଅର୍ଥନୈତିକ କାର୍ଯ୍ୟକଳାପରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ରିଜିୟନାଲ୍ ଇନିସିଏଟିଭ୍ ଫର୍ ସେଫ୍ ସେକସୁଆଲ୍ ହେଲ୍ଥ୍ ବାଇ ଟୁଡେସ୍ ଆଡୋଲସେଂଟ୍ସ୍ (ରିସ୍ତା) ପ୍ରକଳ୍ପ ଦ୍ୱାରା ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଡୁବୁରୀର ଗୋବରଘାଟି ଫେଜ୍ ୧ରେ ଶନିବାର ଦିନ ‘ଆନ୍ତର୍ଜାତୀୟ ଯୁବ ଦିବସ’ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଏବଂ ଆଖପାଖରେ ଥିବା ୧୨ ଗ୍ରାମ ପଂଚାୟତର ୧୧୦ କିଶୋର ଓ କିଶୋରୀ ଅଂଶଗ୍ରହଣ କରିଥିଲେ । ଏହି ଦିବସଅବସରରେ ନୁକ୍କଡ୍ ନାଟକ, ଯୁବ ସଶକ୍ତିକରଣ ଉପରେ ଆଲୋଚନା,ପରିବେଶ ସୁରକ୍ଷା ସମ୍ଭଦୀୟ କୌଶଳ ଓ ଗୋଷ୍ଠୀ ଉପସ୍ଥାପନା ଆଦିପ୍ରମୁଖ କାର୍ଯ୍ୟକ୍ରମରଆୟୋଜନ କରାଯାଇଥିଲା ।

ଯୁବଗୋଷ୍ଠୀଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ସଚେତନତା ଉପରେ ଧ୍ୟାନ ଦେବା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ନେତୃତ୍ୱ ଦକ୍ଷତା ପ୍ରତିପୋଷଣ ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିଲା । ଯୁବ-ନେତୃତ୍ୱାଧୀନ ପଦକ୍ଷେପଗୁଡିକଏହିଉତ୍ସବରେ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ସେମାନଙ୍କ ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତନରମାଧ୍ୟମହେବାକୁପ୍ରେରଣାଦେଇଥିଲା ।

0
0
0
s2sdefault