ହେଡଲାଇନସ୍:

ନୂଆ ଗେଟଅପରେ ପ୍ରାଥମିକ ସ୍କୁଲ ପିଲା ଦିଶୁଛନ୍ତୁ ସ୍ମାର୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାଲେଭଟା;ଶାସକ ପ୍ରଶାସକ ରୁ ଗୁରୁ ଶଙ୍କର ପାଇକ - ରାଜ୍ୟ ସରକାର ରାଜ୍ୟରେ ଥିବା ପ୍ରାଥମିକ ସ୍କୁଲ ଗୁଡିକରେ ପାଠ ପଢୁ ଥିବା ସ୍କୁଲ ପିଲାଙ୍କୁ ମଧ୍ୟାନ୍ନ ଭୋଜନ, ପାଠ୍ୟ ପୁସ୍ତକ, ବିଦ୍ୟାଳୟ ପୋଷାକ,ଜୋତା, ମୋଜା ଇତ୍ୟାଦି ବହୁ ବର୍ଷ ହେଲା ମାଗଣା ରେ ଯୋଗାଇ ଦେଇ ଆସୁଛନ୍ତି | ଚଳିତ ଶିକ୍ଷା ବର୍ଷରୁ ଏହି ତାଲିକାରେ ଆଉ ଏକ ଜିନିଷ ଯୋଡ଼ିଛନ୍ତି ସରକାର | ତାହା ହେଲା ଟ୍ରାକ ପ୍ୟାଣ୍ଟ ,ଟୋପି ଓ ଆଇ କାର୍ଡ | ତେବେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଗୋଷ୍ଟି ଶିକ୍ଷା ଧିକାରୀଙ୍କ କାର୍ଯ୍ୟଳୟ ଅଧୀନସ୍ଥ ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ଏ ସମ୍ପର୍କିତ ଚିଠି ଆସିଛି କିନ୍ତୁ ଏ ପର୍ଯ୍ୟନ୍ତ ଟଙ୍କା ଆସି ନ ଥିବାରୁ ବିଦ୍ୟାଳୟ ଗୁଡିକ ଟ୍ରାକ ପ୍ୟାଣ୍ଟ, ଟି ସାର୍ଟ,ଟୋପି ଓ ଆଇ କାର୍ଡ ଛୁଆଙ୍କୁ ଦେଇ ପାରି ନ ଥିବା ଜଣାଯାଇଛି | କିନ୍ତୁ ସାଲେଭଟା ଗାଁ ହରିଜନ ପଡା ସ୍ଥିତ ନେହେରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦଶରଥ ପଟେଲ ଓ ସହକାରୀ ଶିକ୍ଷ୍ୟୟତ୍ରୀ ମନ୍ଦାକିନୀ ପଧାନ ତାଙ୍କ ନିଜ ପ୍ରୟାସ ରେ ବିଦ୍ୟାଳୟ ରେ ପଢୁ ଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଗତ ଗୁରୁ ବାର ଦିନ ସଭାପତି ଶ୍ରୀଯୁକ୍ତ ମହାଦେବ ପାଇକ ଙ୍କ ଉପସ୍ଥିତି ରେ ଗୋଟୀଏ ପେଆର ଲେଖାଁ ଟ୍ରାକ ପ୍ୟାଣ୍ଟ, ଟି ସାର୍ଟ,ଟୋପି ଓ ଆଇ କାର୍ଡ ବ୍ୟବସ୍ଥା କରି ଛୁଆଙ୍କୁ ବଣ୍ଟନ କରିଛନ୍ତି | ଏ ସବୁ କିଣିବା ପାଇଁ ବିଦ୍ୟାଳୟ ଗୁଡିକୁ ଟଙ୍କା ଦିଆଯାଇ ନଥିବାରୁ ବ୍ଲକର ଅନ୍ୟ ସ୍କୁଲ ଗୁଡିକ ନିଜ ଆଡୁ ଛୁଆଙ୍କୁ ଟ୍ରାକ ପ୍ୟାଣ୍ଟ, ଟି ସାର୍ଟ,ଟୋପି ଓ ଆଇ କାର୍ଡ ବଣ୍ଟନ ହୋଇଛି କି ନାହିଁ ଜାଣି ହେଉନାହିଁ | ଟ୍ରାକପ୍ୟାଣ୍ଟ, ଟି ସାର୍ଟ,ଟୋପି ଓ ଆଇ କାର୍ଡରେ ଛୁଆମାନେ ବେଶ ବଡ଼ିଆ ଦେଖା ଯାଉଛନ୍ତି | ସାଲେଭଟା ତଥା ଆଗଲପୁର ଅଂଚଳର ଅଭିଭାବକ ମାନେ ଏ ଥି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି |ଏ ଠାରେ ପ୍ରକାଶ ଯୋଗ୍ୟ ଯେ କେଉଁ ଦିନ ଗୁଡିକରେ ଛୁଆ ମାନେ ଏହି ଟ୍ରାକ ପ୍ୟାଣ୍ଟ, ଟି ସାର୍ଟ, ଟୋପି ପିନ୍ଧିବେ ଆସିଥିବା ଚିଠିରେ ଦର୍ଶାଯାଇ ନଥିବାରୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷ୍ୟୟତ୍ରୀ ମାନେ ଦ୍ୱନ୍ଦ୍ୱ ରେ ଅଛନ୍ତି | ପଚାରି ଲେ କିଛି କହି ପାରୁ ନାହାନ୍ତି |କିନ୍ତୁ ସ୍ୱାଭାବିକ ଭାବେ ଟ୍ରାକ ପ୍ୟାଣ୍ଟ,, ଟି ସାର୍ଟ ଓ ଟୋପି ଆଦି ଖେଳ କୁଦ ପାଇଁ ଦରକାର ହେଉ ଥିବାରୁ ଏହା ବିଶେଷ କରି ଖେଳ କୁଦ ହେଉଥିବା ଦିନ ଗୁଡିକ ରେ ଅର୍ଥାତ ଶନିବାର ଦିନଗୁଡିକ ରେ ବ୍ୟବହାର କରିପାରିବେ ବୋଲି ବ୍ଲକ ଅଂଚଳର ଶିକ୍ଷକମାନଙ୍କ ପକ୍ଷରୁ କୁହାଯାଇଛି |

0
0
0
s2sdefault