ହେଡଲାଇନସ୍:

ଦ୍ଵିତୀୟ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସାଲେଭଟା  ; ଶାସକ ପ୍ରଶାସକରୁ ଗୁରୁ ଶଙ୍କର ପାଇକ - ରାଜ୍ୟ ସରକାର  ବିଦ୍ୟାଳୟ ଶିକ୍ଷା ର  ଗୁଣାତ୍ମକ  ବିକାଶ  ପାଇଁ   ସର୍ବଦା ନିଜର  ପ୍ରୟାସ  ଜାରି  ରଖିଛନ୍ତି  | ସରକାରଙ୍କ ନିଷ୍ପତି ଅନୁଯାୟୀ ଗତ  ତା  12/8/2023 ରେ ବଲାଙ୍ଗୀର  ଜିଲ୍ଲା  ଆଗଲପୁର  ବ୍ଲକ ଅଧୀନ   ସମସ୍ତ  ସରକାରୀ  ଓ ଅନୁଦାନ  ପ୍ରାପ୍ତ ବିଦ୍ୟାଳୟ  ରେ ଦ୍ଵିତୀୟ ଅଭିଭାବକ  ଶିକ୍ଷକ ଶିକ୍ଷୟତ୍ରୀ ତଥା  ବିଦ୍ୟାଳୟ ପରିଚାଳନା  ଓ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ  ଅନୁଷ୍ଠିତ ହୋଇଯାଇଛି  | ସେହି ଅନୁଯାୟୀ  ସାଲେଭଟା  ପ୍ରାଥମିକ କେନ୍ଦ୍ର ବିଦ୍ୟାଳୟ ରେ  ଗତ   ତା 12/8/2023 ରେ ଦ୍ଵିତୀୟ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ତଥା  ପରିଚାଳନା   ଓ ବିଦ୍ୟାଳୟ ପରିଚାଳନା  ଓ ଉନ୍ନୟନ  କମିଟି ର ଏକ ବୈଠକ  ଅନୁଷ୍ଠିତ ହୋଇଥିଲା | ବୈଠକ  ଆରମ୍ଭ ରୁ ଅଭିଭାବକ ମାନକୁ  ସ୍ୱାଗତ  ଅଭିଭାଷଣ  ପ୍ରଦାନ କରାଯାଇଥିଲା |  ବୈଠକ ରେ ସ୍ୱଚ୍ଛତା ପକ୍ଷ   ସେପେମ୍ବର ମାସର  ଏକ ତାରିଖରୁ  ପନ୍ଦର  ତାରିଖ  ପର୍ଯ୍ୟନ୍ତ ପାଳନ  କରାଯିବ, ସୁରଭି  2023 ଓ ମିଲେଟ ମିଶନ  ପ୍ରତିଯୋଗିତା, ଅନଲାଇନ ସୁରକ୍ଷା,  ଅଭିଭାବକ  ମାନଙ୍କ  ପାଇଁ ସାଇବର  ସଚେତନତା , ବିଦ୍ୟାଳୟ ଛାତ୍ର  ଛାତ୍ରୀ  ଙ୍କ ମଧ୍ୟ ରେ ନିରାପତ୍ତା  ବ୍ୟବସ୍ଥା, ଋତୁ କାଲିନ  ଛାତ୍ରା  ବାସ  ଓ ପରିବହନ  ଓ ରକ୍ଷଣ ଅନୁଗାମୀ  ବ୍ୟବସ୍ଥା, ସ୍ୱଳ୍ପ ଅବଧି  ଧନ୍ଦା  ମୁଳୁକ କାର୍ଯ୍ୟ କ୍ରମ ଓ ପରାମର୍ଶ  ଶିବିର, ବାଲ୍ୟ  ବିବାହ ଉପରେ  ସଚେତନତା   ତଥା  ବାଲ୍ୟ  ବିବାହ କୁ ନା କହିବା ,  ନବମ  ଓ ଦଶମ  ଶ୍ରେଣୀ ଛାତ୍ର  ଛାତ୍ରୀ  ମାନଙ୍କ ନିମନ୍ତେ  ମୁଖ୍ୟ ମନ୍ତ୍ରୀ ଛାତ୍ର  ଛାତ୍ରୀ  ପରିଧାନ  ଯୋଜନା,  ମାଧ୍ୟମିକ  ବିଦ୍ୟାଳୟ ଗୁଡିକରେ ହାଉସ  ସିଷ୍ଟମ  ପ୍ରଚଳନ ମାର୍ଗଦର୍ଶିକା,କ୍ୟାରିୟର  ଯୋଜନାର ଗୁରୁତ୍ୱ, ମାର୍ଗ ଦର୍ଶନ  ଓ ଅଭିଭାବଙ୍କ  ଭୂମିକା, ପିଲାମାନଙ୍କ ମାନସିକ  ଚାପ  ଓ ଏହାର ଦୂରୀକରଣ,ଉପରେ  ଅଭିଭାବକ  ମାନକୁ ବୁଝାଇଦିଆଯାଇଥିଲା | ଅଭିଭାବକ  ମାନଙ୍କ ଠାରୁ   ବିଦ୍ୟାଳୟ ଶିକ୍ଷା ର ସର୍ବାଙ୍ଗୀନ ଉନ୍ନତି  ନିମନ୍ତେ ଗଠନ  ମୂଳକ   ପ୍ରସ୍ତାବ ଗ୍ରହଣ କରାଯାଇଥିଲା |  ଆଜିର  ବୈଠକ ରେ  ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଘନ ଶ୍ୟାମ ସାହୁ, ଶ୍ରୀମତୀ ସୁରଭି ସାହୁ, ଅହଲ୍ୟା ଦିଶ୍ରୀ, ମାଧୁରୀ  ସେଠ , କୁନି ବେହେରା,   ସମୀର ମାଝୀ,ସୁଦାମ ମେହେର, ଦାମୋଦର  ମେହେର, ଓ ତପସ୍ୱିନୀ ଥପା  ଉପସ୍ଥିତ ଥିଲେ  | ଶିକ୍ଷୟତ୍ରୀ କୁନ୍ତୀ ପଧାନ, ଗୋବିନ୍ଦ ଭୁଏ, ଶୀତୟା  ପଧାନ, ଅଳକା  ପଣ୍ଡା, ଧରିତ୍ରୀ  ସାହୁ, କାଞ୍ଚନ  ହୋତା ବୈଠକ  ପରିଚାଳନା  ରେ ସହଯୋଗ କରି  ଥିଲେ  |ସାଲେଭଟା  ସି ଆର ସି ସି ଶ୍ରୀଯୁକ୍ତ ସଦାନନ୍ଦ  ଭୁଏ  ଉପସ୍ଥିତ  ସମସ୍ତ  ଅଭିଭାବକ ମନକୁ  ଉପରୋକ୍ତ  ସମସ୍ତ  ଏଜେଣ୍ଡା କୁ ଖୁବ  ସରଳ  ଭାଷା ରେ ବୁଝାଇଥିଲେ | ବୈଠକ  ଶେଷରେ  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ  କରାଯାଇଥିଲା |

0
0
0
s2sdefault