ହେଡଲାଇନସ୍:

ବିଜେଡିର ଦୁର୍ନୀତି, ଭ୍ରଷ୍ଟାଚାର, ପରିବାର ବାଦ୍ ଶାସନ ବିରୁଦ୍ଧରେବାସୁଦେବପୁର ବିଜେପି ର ବିଜେଡି ସରକାର ଗାଦି ଛାଡ ଆନ୍ଦୋଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ବିଜେଡ଼ି ସରକାର ର ବିଭିନ୍ନ ଦୁର୍ନୀତି, ଅନ୍ୟାୟ, ପରିବାର ବାଦ୍ ବିରୁଦ୍ଧ ର ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନ ରେ ଗଣଧାରଣା ଅନୁଷ୍ଟିତ ହେବାକୁ ଥିବା ବେଳେ ଆଜି ଚୂଡ଼ାମଣି ପଞ୍ଚାୟତ ରେ ପ୍ରଥମେ ଆରମ୍ଭ ହୋଇ ଯାଇଛି।
ବାସୁଦେବପୁର ବ୍ଲକ ଓ ପଞ୍ଚାୟତ ସ୍ତରରେ ହେଉଥିବା ଦୁର୍ନୀତି ବିରୋଧରେ ଚୁଡ଼ାମୁଣି ପଞ୍ଚାୟତରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।ସମ୍ପ୍ରତି ପ୍ରଧାନମନ୍ତ୍ରୀ ଆବାସରେ ହିତାଧିକାର ଚୟନରେ ଦୁର୍ନୀତି ,ଭତା, ରାସନ କାର୍ଡରେ ଦୁର୍ନୀତି, ପାଇଖାନା ଟଙ୍କା ହଡପ ତଥା ପିସି କାରବାରରେ ବିଜେଡି ସରକାର ଲିପ୍ତ,ଦୁର୍ନୀତି ଗ୍ରସ୍ତ ବିଜେଡି ସରକାର ବଦଳିବା ଦରକାର। ବୋଲି ନେତା ଉଦୟ ନାରାୟଣ ମଲ୍ଲିକ କହିଛନ୍ତି।ଏହି ବିକ୍ଷୋଭ ରେ ଭଦ୍ରକ ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ, ମଣ୍ଡଳ ସଭାପତି ରମାକାନ୍ତ ସେଠୀ, ପଞ୍ଚାୟତ ପ୍ରମୁଖ ନିରଞ୍ଜନ ନାୟକ, ଅଶୋକ କୁମାର ମହାକୁଡ଼, ବରଦା ରାୟ, ପାର୍ଥସାରଥୀ ମଲ୍ଲିକ, କଳ୍ପନା ପୁହାଣ, ସୁବାସ ଚନ୍ଦ୍ର ବେହେରା, ପଦ୍ମାବତୀ ପୁହାଣ, ପ୍ରଦୀପ କୁମାର ମଲ୍ଲିକ, ରବୀନ୍ଦ୍ର ବିଶ୍ୱାଳ, ରାଜେନ୍ଦ୍ର ବାରିକ, ସୁଧିଆ ନାୟକ, ପ୍ରଭାତ ମହାନ୍ତି ଓ ଲିପୁ ନାୟକ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେଇ ବିଜେପି ସରକାର ବିରୋଧ ରେ ନାରାବାଜୀ ଦେଇଥିଲେ l

0
0
0
s2sdefault