ହେଡଲାଇନସ୍:

ନବନିର୍ମାଣ ସଂଗଠନର ପ୍ରାୟଶ୍ଚିତ ସତ୍ୟାଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୨.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି । ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ସ୍ଥାନୀୟ ଟାଉନ ହଲ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ପ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ନବ ନିର୍ମାଣ ସଂଗଠନର ଆବାହକ ରଶ୍ମି ରଞ୍ଜନ ସ୍ବାଇଁ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ଋଷୀମାନଙ୍କ ପାଇଁ ସରକାର କୌଣସି ବ୍ୟବସ୍ଥା କରି ନାହାନ୍ତି । ଚାଷୀ ଏବେ ଚାଷ ପାଇଁ ଅମଙ୍ଗ ହେଲାଣି। ସାର, କୀଟ ନାଶକ, ଦର ଆକାଶ ଛୁଆଁ। ରାଜ୍ୟରେ ନବୀନ ସରକାର ୨୩ବର୍ଷ ଶାସନ କାଳରେ ଚାଷୀ ଆତ୍ମହତ୍ୟା ବଢିଛି l ସାଧାରଣ ଚାଷୀ ମୂଲିଆଙ୍କ ଭୋଟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ସେଇ ଚାଷୀଙ୍କୁ ଏ ସରକାର ହତାଦାର କରୁଛି । ଦୀର୍ଘ ୨୩ବର୍ଷ କାଳ ଏହି ସରକାରଙ୍କୁ ଚାଷୀ ମୂଲିଆମାନେ ଭୋଟ ଦେଇ ଯେଉଁ ଭୁଲ କରିଛନ୍ତି ତାହାର ପ୍ରାୟଶ୍ଚିତ ସ୍ଵରୂପ ଆଜି ଏହା ପ୍ରାୟଶ୍ଚିତ ସତ୍ୟାଗ୍ରହ କରାଯାଉଛି ବୋଲି ପ୍ରକାଶ କରିଥିଲେ। ଏହି ସଂଗଠନ ଆହୁରି ଅଭିଯୋଗ କରିଛି ଯେ, ରାଜ୍ୟରେ ଏବେ ମରୁଡି ପରିସ୍ଥିତି ସୃଷ୍ଟି ହେଲାଣି । ଉର୍ଣତମାନର ବିହନ ଚାଷୀଙ୍କୁ ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । କେନାଲରେ ପାଣି ଆସିଥିଲେ ସୁଦ୍ଧା କାଡାନାଳ ଗୁଡିକ ସଫା କରାଯାଇ ନଥିବାରୁ ଶେଷ ମୁଣ୍ଡ ମୁଣ୍ଡକୁ ପାଣି ପହଞ୍ଚି ପାରୁ ନାହିଁ। ଫଳରେ ଚାଷକାମରେ ବାଧା ସୃଷ୍ଟି ହେଉଛି । ଜଳସେଚନ ବିଭାଗ ଓ କୃଷି ବିଭାଗ ଭିତରେ ସମନ୍ଵୟ ଅଭାବ ଯୋଗୁଁ ଜଗତସିଂହପୁର ଜିଲ୍ଲାରେ କୃଷି କାର୍ଯ୍ୟ ପ୍ରଭାବିତ ହୋଇଛି। ପାଣି ପାଇଁ ଚାଷୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସରକାର ଓ ପ୍ରଶାସନିକ କଳ ନିଦା ବିଷ୍ଣୁ ସାଜିଛି ବୋଲି ସଂଗଠନ ଅଭିଯୋଗ କରିଛି ।

0
0
0
s2sdefault