ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଭାରତ ସରକାର ତଥା ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶାନୁଯାୟୀ “ମେରୀ ମାଟି ମେରା ଦେଶ୍” କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡ଼. ରୀନା ସାହୁ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।
ପାରଳାଖେମୁଣ୍ଡି ର ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ତଥା ବକ୍ତା ଭାବେ ଯୋଗ ଦେଇ ସର୍ବପ୍ରଥମେ ଜାତିର ଜନକ ମହାତ୍ମାଗାନ୍ଧୀ ଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ଅଧ୍ୟାପିକା ଡ଼. ଭାରତୀ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମହାପାତ୍ର ଅତି ପ୍ରାଞ୍ଜଳ ଓ ସରଳ ଭାଷାରେ ଓଡିଶା ର ଇତିହାସ , ପାରଳାଖେମୁଣ୍ଡି ର ବ୍ରିଟିଶ୍ ବିରୋଧୀ ଆନ୍ଦୋଳନ ଏବଂ ସ୍ଵାଧୀନତା ସଂଗ୍ରାମ ରେ ମହାତ୍ମାଗାନ୍ଧୀ ଙ୍କ ଅବଦାନ ସଂପର୍କରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଆଗ୍ରହୀ ଛାତ୍ରୀ ମାନେ ମଧ୍ୟ ମୁଖ୍ୟ ବକ୍ତାଙ୍କୁ ବିଭିନ୍ନ ଇତିହାସ ସମ୍ବନ୍ଧୀୟ ପ୍ରଶ୍ନ ପଚାରିଥିଲେ ।
ସେହିଭଳି ଅଧ୍ୟକ୍ଷା ଡ଼. ରୀନା ସାହୁ ମଧ୍ୟ ଭାରତର ଶହୀଦ୍ ମାନଙ୍କର ବଳିଦାନ ଓ ସଂଗ୍ରାମ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷାଙ୍କ ଦ୍ବାରା ଶ୍ରୀଯୁକ୍ତ ମହାପାତ୍ରଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ସଭା ଶେଷରେ ଧନ୍ୟ ବାଦ ପ୍ରଦାନ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ଏବଂ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।
ରାଜ୍ୟ
ମହିଳା ସ୍ନାତକ ମହାବିଦ୍ୟାଳୟ ରେ "ମେରୀ ମାଟି ମେରା ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 275








