ଭୁବନେଶ୍ୱର : ହିଣ୍ଡାଲକୋ ଦ୍ୱାରା ୨୦୨୦ରେ ହୀରାକୁଦରେ ଆରମ୍ଭ କରାଯାଇଥିବା ଆଦିତ୍ୟ ବିର୍ଲା ସ୍କିଲ୍ସ୍ ସେଣ୍ଟର (ଏବିଏସ୍ସି) ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ଏହି ପ୍ରତିଷ୍ଠାନ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ୪୦୦ରୁ ଅଧିକ ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରିଛି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୬୦%ଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତାର ସହିତ ଅବସ୍ଥାପିତ କରିଛି ।
ପୋର୍ଟାଲ ଜରିଆରେ ଉତ୍ତୀର୍ଣ୍ଣ ହୋଇଥିବା ଅଥବା ଏବିଏସ୍ସି ପକ୍ଷରୁ ଯୋଗାଇ ଦିଆଯାଉଥିବା ତାଲିମ କାର୍ଯ୍ୟକ୍ରମରେ ତାଲିମ ନେଇଥିବା ଅଧିକାଂଶ ଛାତ୍ରଛାତ୍ରୀ ଅନୁଭବ କରୁଛନ୍ତି ଯେ ଏହି ଧନ୍ଦାମୂଳକ ତାଲିମ ସେମାନଙ୍କ ଜୀବନକୁ ରୂପାନ୍ତରଣକାରୀ ଢଙ୍ଗରେ ପ୍ରଭାବିତ କରିଛି ଏବଂ ସେମାନଙ୍କୁ ସ୍ୱାବଲମ୍ବୀ ହେବା ନିମନ୍ତେ ସମର୍ଥ କରାଇଛି ।
ତାଲିମପ୍ରାପ୍ତ ଲୋକଶକ୍ତି ରହିଥିବା ଏହି ଅତ୍ୟାଧୁନିକ ସ୍ମିଲ୍ସ୍ ସେଣ୍ଟର ହୀରାକୁଦ କ୍ଲଷ୍ଟର ହେଡ୍ ଶ୍ରୀ କୈଳାଶ ପାଣ୍ଡେଙ୍କ ମାର୍ଗଦର୍ଶନରେ ପରିଚାଳିତ ହେଉଛି । ତାଙ୍କ ମତରେ, “ଏହି ଅଞ୍ଚଳରେ ଏହା ଏକ ବହୁ ଆକାଂକ୍ଷିତ କାର୍ଯ୍ୟକଳାପ ହୋଇଛି । ଯୁବବର୍ଗଙ୍କ ମଧ୍ୟରେ ଥିବା ସାମର୍ଥ୍ୟ ସମ୍ମୁଖକୁ ଆଣିବା ଏବଂ ଓଡ଼ିଶାର ଅଗ୍ରସରତା ଲକ୍ଷ୍ୟ କରିବା କ୍ଷେତ୍ରରେ ଏହା ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି । ଏଥିସହିତ ଯୁବବର୍ଗଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୁନିଶ୍ଚିତ କରିବାକୁ ସରକାର ସମସ୍ତ ପ୍ରୟାସ କରୁଛନ୍ତି ।”
ଏହି ପ୍ରତିଷ୍ଠାନ ୧୮ରୁ ୨୮ ବର୍ଷ ବୟସ ବର୍ଗର ଯୁବଗୋଷ୍ଠୀଙ୍କ ପାଇଁ ବିବିଧ କୁଶଳତା ଜ୍ଞାନ ଆହରଣ ଭିତ୍ତିକ ସ୍ୱଳ୍ପ ଅବଧି ଧନ୍ଦାମୂଳକ ତାଲିମ ଯୋଗାଇ ଦେଉଛି । ଏଥିରେ ପ୍ରବେଶ ନିମନ୍ତେ ସର୍ବନିମ୍ନ ଯୋଗ୍ୟତା ଦଶମ ଶ୍ରେଣୀ ପାସ୍ ରଖାଯାଇଛି । ସମ୍ପ୍ରତି ଏଠାରେ ଯୋଗାଇ ଦିଆଯାଉଥିବା ତାଲିମ ପାଠ୍ୟକ୍ରମ ମଧ୍ୟରେ ଅଫିସ ଆସିଷ୍ଟାଣ୍ଟ, ଡାଟା ଏଣ୍ଟ୍ରି ଅପରେଟର (ଓଏଡି), ଆକାଉଣ୍ଟସ୍ ଆସିଷ୍ଟାଣ୍ଟ (ଏଏଟି) ଏବଂ ରିଟେଲ ସେଲ୍ସ୍ ଆସୋସିଏଟ୍ (ଆର୍ଏସ୍ଏ) ଆଦି ରହିଛି । ତାଲିମ ପାଠ୍ୟକ୍ରମର ଅବଧି ୫୦ରୁ ୮୦ ଦିନ ପର୍ଯ୍ୟନ୍ତ ରଖାଯାଇଛି ।
ନିର୍ଦ୍ଧିଷ୍ଟ କ୍ଷେତ୍ରର କୁଶଳତା ସହିତ ଏବିଏସ୍ସି ଛାତ୍ରଛାତ୍ରୀ ବ୍ୟକ୍ତିତ୍ୱ ବିକାଶ, ଇଂରାଜୀ ଭାଷା, ଯୋଗାଯୋଗ, ଆର୍ଥିକ ସାକ୍ଷରତା, ନବୋନ୍ମେଷୀ ଚିନ୍ତନ ଏବଂ ଔଦ୍ୟୋଗିକତାର ତାଲିମ ହାସଲ କରୁଛନ୍ତି । ଏହା ସେମାନଙ୍କୁ ଜଣେ ଜଣେ ପରିପୂର୍ଣ୍ଣ ବ୍ୟକ୍ତି ଭାବରେ ଗଢିତୋଳିବ, ଯିଏ ବୃତ୍ତିଗତ ଏବଂ ଉତ୍ତମ ସାମାଜିକ କୁଶଳତା ପ୍ରଦର୍ଶନ କରିବେ ।
ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏହି ପ୍ରୟାସକୁ ପ୍ରଶଂସା କରି ସମ୍ବଲପୁର ଜିଲ୍ଲା କର୍ମନିୟୋଜନ ସଂସ୍ଥାର ନିର୍ଦ୍ଦେଶକ ଶ୍ରୀ ଏସ.ସି.ମୁର୍ମୁ କହିଛନ୍ତି ଯେ, ସମ୍ବଲପୁର ଜିଲ୍ଲାର ଯୁବବର୍ଗଙ୍କୁ କୁଶଳତାର ତାଲିମ ଏବଂ କ୍ୟାରିୟର ପରାମର୍ଶ ପ୍ରଦାନ କ୍ଷେତ୍ରରେ ଏବିଏସ୍ସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ସେମାନଙ୍କୁ ଜୀବିକା ଉପାର୍ଜନ ସୁଯୋଗ ସନ୍ଧାନ ନିମନ୍ତେ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତର ହେବାକୁ ନଦେଇ ସେମାନଙ୍କ ନିଜ ଜିଲ୍ଲାରେ ନିଯୁକ୍ତି ପ୍ରଦାନ ସହିତ ବସବାସ କରିବାରେ ସହାୟତା କରୁଛି । “ନିଯୁକ୍ତି ସନ୍ଧାନ କରୁଥିବା ଯୁବବର୍ଗ, ବିଶେଷକରି ଯେଉଁମାନଙ୍କର କୌଣସି ବୈଷୟିକ ଶିକ୍ଷାଗତ ଯୋଗ୍ୟତା ନାହିଁ, ସେମାନେ ନିଶ୍ଚିତ ଭାବରେ ଏବିଏସ୍ସି ଯାଇ ସେଠାରେ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଥିବା ଯେ କୌଣସି ପାଠ୍ୟକ୍ରମରେ ନାମ ଲେଖାଇବା ପ୍ରୟାସ କରନ୍ତୁ ବୋଲି ମୁଁ ଦୃଢ ଭାବରେ ପରାମର୍ଶ ଦେଉଛି । ଏବିଏସ୍ସି ନିଶ୍ଚିତ ଭାବରେ ସେମାନଙ୍କୁ ପୂର୍ଣ୍ଣାଙ୍ଗ ତାଲିମ ଆଭିମୁଖ୍ୟ ଏବଂ ବଜାର ସଂଯୁକ୍ତ ତଥା ଶିଳ୍ପ ଅନୁମୋଦିତ ପାଠ୍ୟକ୍ରମଗୁଡିକ ଜରିଆରେ ସେମାନଙ୍କୁ ଏକ ମଜଭୁତ କ୍ୟାରିୟର ଗଠନ ଦିନରେ ସହାୟତା କରିବ,” ବୋଲି ଶ୍ରୀ ମୁର୍ମୁ କହିଥିଲେ । “ଏବିଏସ୍ସି ଯୋଗୁ ମୁଁ ମୋର ନିଯୁକ୍ତିବତ୍ତା କୁଶଳତାରେ ବିକାଶ ଘଟାଇପାରିଛି, ଏବଂ ଆଜି ମୁଁ ମହିନ୍ଦ୍ରା ମୋଟର୍ସରେ ଜଣେ ଏରିଆ ମ୍ୟାନେଜର ଭାବରେ ସଫଳତାର ସହିତ କାର୍ଯ୍ୟ କରୁଛି,” ବୋଲି ହୀରାକୁଦର ଜମାଦାରପାଲିର ଅଧିବାସୀ ନଳିନୀ ମିର୍ଦ୍ଧା ଉତ୍ଫୁଲିତ ଭାବରେ କହିବା ସହିତ ତାଙ୍କର ବୃତ୍ତିଗତ କ୍ୟାରିୟରରେ ଉକ୍ରର୍ଷ ହାସଲ କରିବା ନିମନ୍ତେ ଏକ ମଞ୍ଚ ଯୋଗାଇ ଦେଇଥିବାରୁ ଏବିଏସ୍ସି ଟିମ୍ର ତାଲିମ ପ୍ରଦାନକାରୀଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ । ହୀରାକୁଦର ଅଙ୍କିତ ସୁନା କହିଛନ୍ତି, “ମୁଁ ଆଦିତ୍ୟ ବିର୍ଲା ସ୍କିଲ୍ସ୍ ସେଣ୍ଟରରେ ଯୋଗଦେବା ପୂର୍ବ ପର୍ଯ୍ୟନ୍ତ କିଭଳି ଜୀବନ ନିର୍ବାହ କରିବି ଏବଂ ମୋ ଅସୁସ୍ଥ ମା’ଙ୍କର ଯନôନେବି ତାହାର କିଛି ଥଳକୂଳ ପାଉନଥିଲି । ଏହା କେବଳ ମୋର କୁଶଳତା ବିକାଶରେ ସହାୟତା କରିନାହିଁ, ବରଂ ମୋତେ ଜଣେ ଅଧିକ ଆତ୍ମବିଶ୍ୱାସୀ ବ୍ୟକ୍ତି ଭାବରେ ରୂପାନ୍ତରିତ କରିଛି ।”
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜକୁ ପ୍ରତିଦାନ ଦେବାର ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍ର ସିଏସ୍ଆର କାର୍ଯ୍ୟକ୍ରମ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର୍ କମୁ୍ୟନିଟି ଇନିସିଏଟିଭ୍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଅଧୀନରେ କାର୍ଯ୍ୟକାରୀ ହେଉଛି । ଆମ ପରିଚାଳନା କରୁଥିବା ଅଞ୍ଚଳର ଜନସାଧାରଣଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସକ୍ରିୟ ଅବଦାନ ରଖିବା ଗ୍ରୁପ୍ର ଲକ୍ଷ୍ୟ ହୋଇଛି । ଏଭଳି କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ ଏବଂ ଦୀର୍ଘସ୍ଥାୟୀ ଜୀବନ ନିର୍ମାଣ କରୁଛି ଏବଂ ରାଷ୍ଟ୍ରର ବିକାଶ ସୂଚୀରେ ବୃଦ୍ଧି ଘଟାଉଛି । ଗ୍ରୁପ୍ର ସିଏସ୍ଆର୍ ଲକ୍ଷ୍ୟ ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ୟୁଏନ୍ଏସ୍ଡିଜି ଲକ୍ଷ୍ୟସମୂହ ମୁତାବକ ହୋଇଛି ।











