ପୁଷ୍ପାରାଣୀ./ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପାରଚିପାରା ପଂଚାୟତର ରେ ଗତ ଅଗଷ୍ଟ ୦୯ ତାରିଖ ଦିନ ସମିତି ସଭ୍ୟ ନିମନ୍ତେ ଉପନିର୍ବାଚନ ହୋଇଥିଲା। ଏହି ନିର୍ବାଚନ ପାଇଁ ୧୨ଟି ଵୁଥ କରାଯାଇଥିଲା ୧୨ ବୁଥ ରେ ୫୧୪୮ ଭୋଟର ମତଦାନ କରିଥିଲେ । ତେବେ ବାହାଲୁ ଗଣ୍ଡ ଗତ କିଛି ମାସ ପୂର୍ବେ ଓଡିଶା ପୋଲିସ କନଷ୍ଟେବଳ ଚାକରି ପାଇବା ପରେ ଏହି ସମିତି ସଭ୍ୟ ପଦବୀ ଖାଲି ପଡିଥିଲା । ଖାଲି ପଡିଥିବା ଯୋଗୁଁ ଗତ ୯ ତାରିଖ ରେ ଉପନିର୍ବାଚନ କରାଯାଇଥିଲା। ତେବେ ଏହି ପଞ୍ଚାୟତରେ ସର୍ବମୋଟ ୬୨୧୯ ଭୋଟର ମଧ୍ୟରୁ ୫୧୪୮ ଜଣ ମତାମତ କରିଥିଲେ । ସମିତି ସଭ୍ୟ ନିମନ୍ତେ ତିନି ଜଣ ମୈଦାମ କୁ ଓହ୍ଲାଇଥିଲେ ସେଥି ମଧ୍ୟ୍ୟ ରୁ ଗୌଦାସ ଓ କମଳ ଗଣ୍ଡ ଙ୍କ ମଧ୍ୟ୍ୟ କଡ଼ା ଟକ୍କର ହୋଇଥିଲା। କିନ୍ତୁ ଏହି ତିନି ଜଣଙ୍କ ଭାଗ୍ୟ ଭୋଟବାକ୍ସରେ ସିଲ ହୋଇଥିଲା! ତେବେ ଆଜି ଏହି ତିନି ଜଣଙ୍କ ଭାଗ୍ୟ ବ୍ଲକ କାର୍ଯ୍ୟଳୟ ଠାରେ ନିର୍ଦ୍ଧାରିତ ହେବାର ଥିଲା ଓ ଭୋଟ ଗଣିତ ହେବା ପରେ ୧୨୯ ଭୋଟରେ ବିଜେପି ସମର୍ଥିତ ପ୍ରାର୍ଥୀ କମଳ ଗଣ୍ଡ କୁ ବିଜୟ ଘୋଷଣା କରାଯାଇଥିଲା! ପ୍ରକାଶ ଥାଉକି ବିଗତ ପଂଚାୟତ ନିର୍ବାଚନରେ ଏହି ପଂଚାୟତ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟ ହୋଇଥିଲେ କିନ୍ତୁ ବର୍ତମାନ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟ ହେବାରୁ ସମସ୍ତ ବିଜେପି କାର୍ଯ୍ୟ କର୍ତା ଙ୍କ ମଧ୍ୟ୍ୟରେ ଖୁସି ର ଲହରୀ ଖେଳି ଯାଇଥିଲା |












