ଏକ ବିକଶିତ ପଞ୍ଚାୟତ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ହାତମୁଠାକୁ ଟାଣ କରିପାରିଛନ୍ତି ନୁର୍ତ୍ତାଙ୍ଗ ପଞ୍ଚାୟତ ବାସୀ l
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ): କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନୁର୍ତ୍ତାଙ୍ଗ ଗ୍ରାମ ପଞ୍ଚାୟତ ର ଉପନିର୍ବାଚନ ପାଇଁ ଭୋଟ 9 ତାରିଖ ଦିନ ଅନୁଷ୍ଠିତ ହୋଇଥିଲା l ଏହି ଭୋଟର ଗଣତି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉପରେ ନୁର୍ତ୍ତାଙ୍ଗ ପଞ୍ଚାୟତ ବାସୀ ଆସ୍ଥା ଓ ଭରସା ପ୍ରକଟ କରି ବିକାଶମୂଳକ କାର୍ଯ୍ୟକୁ ଦୁଇଗୁଣିତ କରିବା ପାଇଁ ବହୁ ସଂଖ୍ୟରେ ଭୋଟ ଦେଇ ବିଜେଡି ସମର୍ଥିତ ପ୍ରାର୍ଥୀ ପବିତ୍ର ମୋହନ ବରାଳ ଙ୍କୁ ବିଜୟ କରାଇଛନ୍ତି l ଏହି ନୃର୍ତ୍ତାଙ୍ଗ ପଞ୍ଚାୟତ 15 ଗୋଟି ୱାର୍ଡ କୁ ନେଇ ଗଠିତ l ଏହି ପଞ୍ଚାୟତର 15 ଗୋଟି ୱାର୍ଡ ର ଜନସାଧାରଣ ବିଜେଡି ଦଳୀୟ ପ୍ରାର୍ଥୀ ଙ୍କୁ 1343 ଖଣ୍ଡ ଭୋଟ ଦେଇଥିଲା ବେଳେ ବିଜେପି ଦଳୀୟ ପ୍ରାର୍ଥୀ ଙ୍କୁ 1216 ଖଣ୍ଡ ଭୋଟ ଦେଇଥିଲେ ଫଳରେ 127 ଖଣ୍ଡ ଭୋଟରେ ବିଜେଡି ଦଳ ପ୍ରାର୍ଥୀ ପବିତ୍ରମୋହନ ବରାଳ ଙ୍କ ବିଜୟ ହୋଇଥିଲା ବେଳେ ବିଜେପି ଦଳୀୟ ପ୍ରାର୍ଥୀ ପରାଜୟ ବରଣ କରିଥିଲେ l ଏହି ପଞ୍ଚାୟତ ରେ ବିଜେଡି ର ବିଜୟ ପରେ ବିରୋଧୀ ଦଳ ଙ୍କୁ ଶକ୍ତ ଧକ୍କା ଲାଗିଥିବାର ସାଧାରଣରେ ଚର୍ଚ୍ଚା ଯୋର ଧରିଛି l ଏହି ପଞ୍ଚାୟତର ଫଳାଫଳ ଯାହାକିଛି ପ୍ରମାଣିତ କରୁଛି ନୃର୍ତ୍ତାଙ୍ଗ ପଞ୍ଚାୟତରେ ବିଜେଡି ଦଳର ବିକାଶମୂଳକ କାର୍ଯ୍ୟ ସାଧାରଣ ଜନସାଧାରଣ ଙ୍କୁ ମୋହିତ କରିପାରିଛି l ଶ୍ରୀ ବରାଳ ଙ୍କ ବିଜୟ ଲାଭ ପରେ ଆଗାମୀ ଦିନରେ ବିକାଶ ମୂଳକ କାର୍ଯ୍ୟ ଦୁଇଗୁଣିତ କରିବେ ବୋଲି ପ୍ରକାଶ କରିଛନ୍ତି l ଅପରପକ୍ଷରେ ବହୁ କୋଣ ଅନୁକୋଣ ଏବଂ ନୃର୍ତ୍ତାଙ୍ଗ ପଞ୍ଚାୟତ ବାସୀ ଙ୍କ ପକ୍ଷରୁ ଶ୍ରୀ ବରାଳ ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି l ଏହି ପଞ୍ଚାୟତ ରେ ବିରୋଧୀ ଦଳ କର୍ମୀମାନେ ବିଜେଡି ଦଳୀୟ ନେତା ଙ୍କ ଉପରେ ବହୁ ଆରୋପ ପ୍ରତ୍ୟାରୋପ ଲଗାଇଥିଲେ ମଧ୍ୟ ସବୁ କିଛି ଆରୋପ କୁ ଲୋପ କରି ବିଜେଡି କୁ ବାଛିଥିଲେ ନୃର୍ତ୍ତାଙ୍ଗ ପଞ୍ଚାୟତବାସୀ l ଏହି ପଞ୍ଚାୟତ ରେ ବିଜେଡି ର ବିଜୟ ପରେ ସମଗ୍ର ବିଜେଡି ଶିବିରରେ ଆନନ୍ଦର ଲହରୀ ଖେଳିଯାଇଥିବାର ଦେଖିବାକୁ ମିଳିଥିଲା l ସବୁରି ମୁହଁ ରେ ଗୋଟିଏ କଥା ଶୁଣିବାକୁ ମିଳିଥିଲା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ବିକାଶମୂଳକ କାର୍ଯ୍ୟରେ ନୃର୍ତ୍ତାଙ୍ଗ ପଞ୍ଚାୟତ ବାସୀ ଅନୁପ୍ରାଣିତ ହୋଇ ବିଜେଡି ପ୍ରାର୍ଥୀ ପବିତ୍ରମୋହନ ବରାଳ ଙ୍କୁ ବିଜୟ କରାଇଥିଲେ l











