ହେଡଲାଇନସ୍:

ସବୁ ବିଦ୍ୟାଳୟରେ ଅଭିଭାବକ - ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ୧୨.୦୮.୨୦୨୩ରେ ହେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର :  ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ (ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ) ଅଭିଭାବକ - ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ହେବ । ଏଥିରେ ସମସ୍ତ ଅଭିଭାବକ, ଏସ.ଏମ.ସି. ଓ ଏସ.ଏମ,ଡିସିର ସଦସ୍ୟମାନଙ୍କୁ ଯୋଗଦାନ କରିବା ପାଇଁ ଅନୁରୋଧ କରାଯାଉଛି । ଏହି ବୈଠକ ୨ଘଣ୍ଟା ବ୍ୟାପି ସମସ୍ତ ବିଦ୍ୟାଳୟରେ ଚାଲୁ ରହିବ । ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ଓ ସହବୌଦ୍ଧିକ ଗୁଣାବଳୀର ବିକାଶ କରିବା ଓ ରାଜ୍ୟ ସରକାରଙ୍କ ତରଫରୁ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଉକ୍ତ ବୈଠକରେ ଆଲୋଚନା ହେବ । ଏ ସମ୍ପର୍କିତ ସବିଶେଷ ବିବରଣୀନାମା ଓସେପା କାର୍ଯ୍ୟାଳୟରୁ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ବ୍ଲକ ଶିକ୍ଷା ଅଧିକାରୀ ଓ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ।
ଏଠାରେ ପ୍ରକାଶ ଥାଉକି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବର୍ଷକୁ ୪ଥର ପିଟିଏମ୍‍ ହେବାପାଇଁ "ଶୈକ୍ଷିକ କ୍ୟାଲେଣ୍ଡର'ରେ ଉଲ୍ଲେଖ ରହିଛି ଯାହାକି, ସମସ୍ତ ବିଦ୍ୟାଳୟର ଗୋଚରାର୍ଥେ ପ୍ରେରଣ କରାଯାଇଛି । ୨୦୨୩-୨୪ର ଶିକ୍ଷାବର୍ଷର ପ୍ରଥମ ପିଟିଏମ୍‍ ମିଟିଂ ୨୧.୦୪.୨୦୨୩ ରେ ହୋଇଥିଲା, ଯେଉଁଥିରେ କି ପ୍ରାୟତଃ ୬୦ ପ୍ରତିଶତ ଅଭିଭାବକମାନେ ଯୋଗଦେଇଥିଲେ ।
ତା୧୨.୦୮.୨୦୨୩ରିଖରେ ଦ୍ୱିତୀୟ ଅଭିଭାବକ - ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଏବଂ ଉନ୍ନୟନ କମିଟି ବୈଠକ ହେବ । ଉକ୍ତ ବୈଠକରେ ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ଶିକ୍ଷଣ ସାମଗ୍ରୀ ଯୋଗାଣ, ସ୍ୱଚ୍ଛତା ପକ୍ଷ ପାଳନ, ସୁରଭି ଓ ମିଲେଟସ୍‍ ମିଶନ ପ୍ରତିଯୋଗିତା ,ଅନ୍‍ଲାଇନ୍‍ ସୁରକ୍ଷା, ସାଇବର ସଚେତନତା ଓ ବିଦ୍ୟାଳୟ / ଛାତ୍ରଛାତ୍ରୀମାନଙ୍କ ନିରାପତ୍ତା ବ୍ୟବସ୍ଥା, ଋତୁକାଳୀନ ଛାତ୍ରାବାସ ଏବଂ ପରିବହନ ଓ ରକ୍ଷଣ ଅନୁଗାମୀ ବ୍ୟବସ୍ଥା ,ସ୍ୱଳ୍ପ ଅବଧି ଧନ୍ଦାମୂଳକ କାର୍ଯ୍ୟକ୍ରମ ଓ ପରାମର୍ଶ ଶିବିର ,ବାଲ୍ୟ ବିବାହ ଉପରେ ସଚେତନତା, ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପୋଷାକ ଅନ୍ୟାନ୍ୟ ଆନୁସଙ୍ଗିକ ଉପକରଣ, "ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା' ,ମାଧ୍ୟମିକ ବିଦ୍ୟାଳୟରେ ହାଉସ ସିଷ୍ଟମ ପ୍ରଚଳନ, କ୍ୟାରିଅର ଯୋଜନା, ପିଲାମାନଙ୍କର ମାନସିକ ଚାପ ଓ ଏହାର ଦୂରୀକରଣ ଉପରେ ଆଲୋଚନା କରାଯିବ ।
ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ତଥା ଗୋÂୀ ଓ ବିଦ୍ୟାଳୟରେ ଏକ ନିରନ୍ତର ସମ୍ପର୍କ ସ୍ଥାପନ କରିବା ଓ ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ଉପଲବ୍ଧି କୁ ନିଶ୍ଚିତ କରିବାର ଏହା ଏକ ମାଧ୍ୟମ ଅଟେ ।

 

0
0
0
s2sdefault