ଜଗତସିଂହପୁର,ତା-୧୧.୦୮.୨୦୨୩/ସୁମନ୍ତ କୁମାର ଦାସ: ଭାରତ ବର୍ଷ ମାଟିର ମହାନତା ସାରା ବିଶ୍ୱରେ ଚର୍ଚ୍ଚିତ l ଦେଶର ପରାଧୀନତାକୁ ନେଇ ସ୍ୱାଧୀନ ହେବା ପର୍ଯ୍ୟନ୍ତ ମାଟି ଗାଥା ହିଁ ଅନ୍ୟତମ l ଭାରତ ବର୍ଷର ପ୍ରତି ଗ୍ରାମରୁ ବୀର ପୁରୁଷର ଜନ୍ମ ନେଇ ଦେଶ ପାଇଁ ଲଢ଼ିବା, ଦେଶକୁ ସୁରକ୍ଷା ଦେବ ଏହି ବୀର ମାଟିର ପରିଚୟ l ସେହି ପରିଚୟକୁ ସମ୍ମାନ ଦେଇ “ମୋ ମାଟି, ମୋ ଦେଶ" ର ପ୍ରୋଜେକ୍ଟରେ ଭାରତ ବର୍ଷର ପ୍ରତି ଗ୍ରାମରୁ ମାଟି ଯାଇଁ ଦିଲ୍ଲୀର କର୍ତ୍ତବ୍ୟପଥର ଅମୃତ ବଟିକାରେ ସ୍ଥାପନ କରାଯିବ l ଏହି ମାଟି ଯାତ୍ରାର ଶୁଭାରମ୍ଭ କରିଛନ୍ତି ଜଗତସିଂହପୁର ଜିଲ୍ଲା ଶାଳଜଙ୍ଗ ଗ୍ରାମପଞ୍ଚାୟତବାସୀମାନେ l ଏହି ପଞ୍ଚାୟତରେ ଥିବା ମାଲିତୋଟା ଗ୍ରାମର ପତିତପାବନ ଜଗନ୍ନାଥ ମନ୍ଦିରର ଅଗଣାରୁ ମାଟି ଉଠାଯାଇ ଏକ ପିତ୍ତଳ କଳସରେ ଭରି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଛି l ଗ୍ରାମବାସୀଙ୍କ କହିବାନୁଯାୟୀ–ଆମ ମାଟି ଜଗନ୍ନାଥ ମାଟି l ଆମ ଓଡିଶା ରାଜ୍ୟର ପରିଚୟ ମହାପ୍ରଭୁ ଜଗନ୍ନାଥ, ସେହି ମହାପ୍ରଭୁଙ୍କୁ ସାକ୍ଷୀ ରଖି ଆମ ଗ୍ରାମର ମାଟିକୁ ପଠାଇଛୁ ଆମ ଓଡ଼ିଶାର, ଆମ ଗ୍ରାମର, ଆମ ପଞ୍ଚୟତ ବୀର ପୁରୁଷଙ୍କୁ ସମ୍ମାନ ଦେଇ ଓଡିଶାର ମାନ ରଖିବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ବିରଞ୍ଚି ନାରାୟଣ ମହାନ୍ତି, ପି.ଏସ ମେମ୍ବର ବନ୍ଦନା ରାଉତ,ୱାର୍ଡ ସଭ୍ୟ ସଭ୍ୟା ଅମ୍ବିକା ବେହେରା, ଅକ୍ଷୟ କୁମାର ପାଢ଼ୀ, ମିନତୀ ମହାରଣା, ମେନକା ସାହୁ, ଏମ.ବି.କେ କବିତା ନାଥ, ବସନ୍ତ କୁମାର ପୃଷ୍ଟି ସମେତ ସାରା ପଂଚାୟତବାସୀ ଉପସ୍ଥିତ ରହି ମାଟି ଯାତ୍ରାକୁ ସଫଳ କରିଥିଲେ l
ରାଜ୍ୟ
ମୋର ମାଟି, ମୋର ଦେଶ
- Hits: 674








