ହେଡଲାଇନସ୍:

ରାଜ୍ୟ କ୍ୟାବିନେଟରେ କୁସୁମି ଜଳସେଚନ ପାଇଁ ସ୍ୱତନ୍ତ୍ର ଅନୁଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନୟାଗଡ଼ ଜିଲ୍ଲାରେ ଜଳସେଚନ ପାଇଁ ସ୍ୱତନ୍ତ୍ର ଅନୁଦାନ ମଂଜୁର ହୋଇଛି। ନୟାଗଡ଼ରେ ପ୍ରବାହିତ କୁସୁମି ନଦୀ ଜଳସେଚନ ପ୍ରକଳ୍ପ ଅଧୀନରେ ଭୂତଳ ପାଇପ ଜଳଯୋଗାଣ ତଥା ବିଦ୍ୟୁତିକରଣ ପାଇଁ କ୍ୟାବିନେଟରେ ୧୧୯.୩ କୋଟିର ଟେଣ୍ଡର ଅନୁମୋଦନ ହୋଇଛି। ଏହା ଦ୍ବାରା ନୟାଗଡ଼, ଖଣ୍ଡପଡ଼ା ଓ ଭାପୁର ବ୍ଲକର ୩,୭୪୫ ହେକ୍ଟର ଚାଷଜମିକୁ ଏହା ସେଚ ସୁବିଧା ଯୋଗାଇବ। ସୂଚନା ଯୋଗ୍ୟ ଯେ ନିକଟରେ ୫-ଟି ସଚିବ ଭି କେ ପଣ୍ଡିଆନ ଦୁଇଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବ୍ଳକ ଏବଂ ଗ୍ରାମାଞ୍ଚଳକୁ ଯାଇ ଲୋକ ମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ନୟାଗଡ଼ ମୁଖ୍ୟତଃ ଏକ କୃଷି ପ୍ରଧାନ ଦେଶ ହୋଇଥିବା ବେଳେ ଏଠାରେ ଜଳସେଚନର ବିଶେଷ ସୁବିଧା ନାହିଁ। ଏ ନେଇ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ସହିତ ଏ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।ଆଜି ତାହା କ୍ୟାବିନେଟରେ ପ୍ରତିଫଳିତ ହୋଇଛି। ଅନ୍ୟପକ୍ଷରେ ଜିଲ୍ଲାରେ ଆଖୁ ଚାଷ ଉଜୁଡି ଯାଉଥିବା ବେଳେ ଏହି ପ୍ରକଳ୍ପ ଦ୍ଵାରା ଆଖୁଚାଷ ପୁଣି ଥରେ ଫେରିବା ନେଇ ଆଶା ସଞ୍ଚାର ହୋଇଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଜିଲ୍ଲାର କୃଷକ ଏବଂ ଜନସାଧାରଣ ସ୍ୱାଗତ କରିଛନ୍ତି।

0
0
0
s2sdefault