ବଲାଙ୍ଗିର/ସନ୍ତୋଷ ଠାକୁର : ଏଡସ ନିରାକରଣ ସଚେତନତା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ମାରାଥନ ଦୌଡ ପ୍ରତିଯୋଗୀତା ରାଜେନ୍ଦ୍ର କଲେଜ ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ପିଢିଙ୍କୁ ଏଚଆଇଭି ଏଡସ ଉପରେ ସଚେତନତା କରିବା ସହିତ ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ କରେଇବା । ସକାଳ ୬.୩୦ ମି ସମୟରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଲ ରାଣା ଏବଂ ଅରକ୍ଷୀ ଅଧିକ୍ଷକ ପତାକା ଦେଖାଇ ପ୍ରତିଯୋଗୀତା ଉଦଘାଟନ କରିଥିଲେ । ଶ୍ରେଷ୍ଠ ବିବେଚିତ ୧୦ଜଣ ଛାତ୍ରଛାତ୍ରୀ ମାନଙ୍କୁ ରାଜ୍ୟସ୍ତରୀୟ ମାରାଥନ ଦୌଡ ପ୍ରତିଯୋଗୀତାରେ ଭାଗ ନେବେ । ସେମାନେ ସମସ୍ତେଙ୍କୁ ମାନପତ୍ର ସହ ପୁରସ୍କାର ମଧ୍ୟ ଦିଆଯାଇଥିଲା । ଏହି କାର୍ଯ୍ୟକମ ଡିପିଏମ ରାଜେନ୍ଦ୍ର ମହାରଣା ପରିଚାଳନା କରିଥିଲେ । ମୁଖ୍ୟ ଜିଲ୍ଲା ଚିକିଶ୍ଚାଧୀକାରୀ ପ୍ରଦୀପ କୁମାର ଗୁରୁ , ଜିଲ୍ଲା କ୍ରିଡାଧିକାରୀ ପରସର ବାଗ, ରେଡ କ୍ରସ ସଂଯୋଜକ ଦୈତାରୀ ପୂଜାରୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ,ଅନ୍ତରଯାମୀ ବିଶ୍ଵାଳ ସାମିଲ ଥିଲା ।
ରାଜ୍ୟ
ଏଡସ ନିରାକରଣ ସଚେତନତା ମାରାଥନ
- Hits: 246








