ହେଡଲାଇନସ୍:

କଥାରେ ନୁହେଁ..... କାମ କରି ଦେଖାଇଲେ ବିଧାୟିକା ବର୍ଷା ସିଂ ବରିହା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଜବାବ ଦେଇ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରାଇଲେ ଲୁହୁରାକୋଟ ଅସ୍ଥାୟୀ ପୋଲ

  • କଥା ରଖିଥିବା ଯୋଗୁ ବିଧାୟିକାଙ୍କୁ କୃତଜ୍ଞତା ଜଣାଇଲେ ଗ୍ରାମବାସୀ

  • କିଛି ଦିନ ପୂର୍ବରୁ ନିଜ ଜୀବନକୁ ବାଜି ଲଗାଇ ଡଙ୍ଗାରେ ପ୍ରଶାସନିକ ଅଧିକାରୀଙ୍କ ସହ ଯାଇ ବିଛିନ୍ନାଞ୍ଚଳ ପରିଦର୍ଶନ କରିଥିଲେ l

ପଦ୍ମପୁର :- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ "କଥା କମ୍ କାମ ବେଶୀ" ଭଳି କଥାରେ ନୁହେଁ.. କାମରେ ପରିଣତ କରି ଦେଖାଇଛନ୍ତି ସଦା ସର୍ବଦା ଲୋକଙ୍କ ସୁଖ ଦୁଃଖ ରେ ଛିଡା ହେଉଥିବା ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା l
ଲଗାଣ ବର୍ଷା ଯୋଗୁଁ ଓଡ଼ିଶାରୁ ବିଚ୍ଛିନ୍ନ ହୋଇପଡିଥିବା ପାଇକମାଳ ବ୍ଲକ ଚରଦାପାଲି ଗ୍ରାମପଞ୍ଚାୟତର ଲୁହୁରାକୋଟ ଗ୍ରାମକୁ ଗତ ଅଗଷ୍ଟ ୫ ତାରିଖରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ଉପଜିଲ୍ଲାପାଳ ସଦାକର କୁମ୍ଭାର ପରିଦର୍ଶନ କରି ଗ୍ରାଉଣ୍ଡ ଜିରୋରୁ ସେଠାକାର ପରିସ୍ଥିତି ପରଖିବା ପରେ ତୁରନ୍ତ ସେଠାରେ ଲୋକଙ୍କ ଯାତାୟାତ ନିମନ୍ତେ ଏକ ଅସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ | ଲୋକଙ୍କୁ କଥା ଦେଇଥିଲେ ତାକୁ ଯୁଦ୍ଧକାଳୀନ ଭିତ୍ତିରେ ସାରିବା ପାଇଁ, ଯାହାକି ଆଜି ସମ୍ପୂର୍ଣ୍ଣ ହୋଇଛି ଏବଂ ଲୋକଙ୍କ ଯାତାୟତରେ ଉପଯୋଗୀ ହୋଇପାରିଛି |
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସେହି ଅଞ୍ଚଳର ଲୋକଙ୍କ ଯାତାୟାତ ପାଇଁ ଏକ ସ୍ଥାୟୀ ପୋଲ ନିର୍ମାଣାଧୀନ ଅବସ୍ଥାରେ ଅଛି। ଅଳ୍ପ କିଛି ଦିନରେ ତାହା ମଧ୍ୟ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିବ। ତେଣୁ ଏକ ଅସ୍ଥାୟୀ ପୋଲ ଯୋଗେ ଲୋକେ ଯିବା ଆସିବା କରୁଥିଲେ । ମାତ୍ର ଲଗାଣ ବର୍ଷା ଯୋଗୁଁ ଉକ୍ତ ପୋଲଟି ଭାସି ଯିବା ଫଳରେ ଏହି ଗ୍ରାମଟି ବିଚ୍ଛିନ୍ନ ହୋଇ ଯାଇଥିଲା। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ ସରପଞ୍ଚ ଉପାସୀ ନାଏକ, ସମାଜସେବୀ ଗଣେଶ ନାଏକ ଓ ଗ୍ରାମବାସୀ ବିଧାୟିକା ଙ୍କୁ ଧନ୍ୟବାଦ ଜଣାଇଛନ୍ତି l

କିଛି ଦିନ ପୂର୍ବରୁ ପ୍ରଶାସନିକ ଅଧିକାରୀଙ୍କ ସହ ଯାଇ ବିଛିନ୍ନାଞ୍ଚଳ ପରିଦର୍ଶନ କରିଥିଲେ ବିଧାୟିକା

0
0
0
s2sdefault