କେନ୍ଦ୍ରାପଡ଼ା : ଭଞ୍ଜନଗର ଠାରେ ମିଟର ରିଡର ସ୍ୱର୍ଗତ ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କୁ ନିର୍ମମ ହତ୍ୟା ର ପତ୍ରିବାଦ ରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ବିଦ୍ୟୁତ କର୍ମଚାରୀ ଙ୍କ ତରଫରୁ ନିଆରା ପ୍ରତିବାଦ କରାଯାଇଛି l କର୍ମଚାରୀ ଙ୍କ ସୂଚନାଅନୁସାରେ 8 ରୁ 10 ହଜାର ଟଙ୍କାରେ ଚାକିରୀ କରିଥିବା ତଳିଆ କର୍ମଚାରୀ ଙ୍କୁ ବାରମ୍ବାର ଏଭଳି ବିଦୂତ ଉପଭୋକ୍ତା ଙ୍କ ଶିକାର ହେବାକୁ ପଡୁଛି ଏବଂ ରାତି ଅନ୍ଧାରରେ ନିଜ ଜୀବନକୁ ପାଣିଛଡାଇ କାର୍ଯ୍ୟ କରୁଛନ୍ତି ଏହି କର୍ମଚାରୀ l ହେଲେ ଏଥି ପ୍ରତି ନାଁ ଅଛି ସରକାର ଙ୍କ ନଜର ନାଁ ଅଛି ବିଭାଗୀୟ ବଡ଼ ବାବୁଙ୍କ ନଜର l
ଏଭଳି ଘଟଣା ଆଜି ନୁହେଁ ବିଗତ ଦିନରେ ମଧ୍ୟ ଘଟିଥିବା ନଜିର ଅଛି l ତେବେ କର୍ମଚାରୀଙ୍କ ଦ୍ୱାରା ଇନ୍ଦୁପୁର କାର୍ଯ୍ୟାଳୟ ରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିବା ସହ ସମସ୍ତ କର୍ମଚାରୀ ଙ୍କ ମୁହଁ ରେ କଳାପଟି ବାନ୍ଧି ପ୍ରତିବାଦ କରିଥିଲେ l ଇନ୍ଦୁପୁର ବଜାର ମଧ୍ୟ୍ୟରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବସି ଜନ ସଚେତନବାର୍ତ୍ତା ସହ ନିରବ ପ୍ରତିବାଦ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଶାନ୍ତନୁ ମଲ୍ଲିକ ଏବଂ ସୁଜିତ ବୋଷ ପରିଚାଳନା କରିଥିବାବେଳେ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀମାନେ ଯୋଗଦେଇଥିଲେ l
ରାଜ୍ୟ
ମିଟର ରିଡର ଲକ୍ଷ୍ମୀନାରାୟଣଙ୍କ ନିର୍ମମ ହତ୍ୟାକୁ ନେଇ ଇନ୍ଦୁପୁର ବିଦୂତ କର୍ମଚାରୀଙ୍କ ନିଆରା ପ୍ରତିବାଦ
- Hits: 444








