ହେଡଲାଇନସ୍:

ସେଫ୍ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଓ.ଏମ.ଏମ ଏବଂ ଆଇ ଏଚ୍ ଏମ୍ ର ମିଳିତ ପଦକ୍ଷେପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - ଓଡ଼ିଶା ମିଲେଟ ମିଶନ (ଓ.ଏମ.ଏମ) ଇନଷ୍ଟିଟ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଂଟ (ଆଇ ଏଚ୍ ଏମ୍) ସହଭାଗିତାରେ ନିକଟରେ ଓଡିଶାର ବିଭିନ୍ନ ହୋଟେଲରୁ ସେଫ୍ ମାନଙ୍କ ପାଇଁ ଦୁଇ ଦିନିଆ ମିଲେଟ୍ ରେସିପି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଛି । ଏହା ୭ରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି । ଏଥିରେ ୨୦ ଟି ହୋଟେଲରୁ ୩୫ ଜଣ ସେଫ୍ ଓ ମୃଦୁପାନୀୟ ନିର୍ବାହି ଅଧିକାରୀ ଅଂଶଗ୍ରହଣ କରିଥିଲେ । ଅଂଶଗ୍ରହଣକାରୀଙ୍କ ମଧ୍ୟରେ ନାମୀଦାମୀ ହୋଟେଲ ଯଥା ତାଜ୍, ଭିଭାନ୍ତା, ୱେଲକମ୍ , ଏମ୍ପାୟର୍ସ, ସ୍ୱସ୍ତି, ମେ ଫେୟାର, ଦି ନିଉ ମାରିଅନ୍, ହୋଟେଲ ବାଜୋର୍ଜିସ୍, ଏବଂ ପଲ୍ ହାଇଟ୍ସ୍ ର ସେଫ୍ ମାନେ ଯୋଗ ଦେଇଥିଲେ ।.
ଉଦ୍ଘାଟନୀ ଅଧିବେଶନରେ ହୋଟେଲ ମ୍ୟାନେଜମେଂଟ ଇନ୍ଷ୍ଟିଚ୍ୟୁଟର ପ୍ରିନ୍ସପାଲ ଶ୍ରୀମତୀ ଶାରଦା ଘୋଷଙ୍କ ସ୍ୱାଗତରୁ ଆରମ୍ଭ ହୋଇଥିଲା । ଆଇଏଚ୍ଏମ୍ , ଭୁବନେଶ୍ୱର ଓ ଓଏମଏମ ର ମିଳିତ ପ୍ରୟାସରେ ମିଲେଟ୍ସ ଆଧାରିତ ରେସିପି ତିଆରି ତାଲିମ କାର୍ଯ୍ୟକ୍ରମ ବିଷୟରେ ଅଲୋକପାତ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାର ମିଲେଟଟ୍ସକୁ ପ୍ରୋତ୍ସାହନ ଦେଉଥିବାରୋ ଏହାର ଭୂୟସୀ ପ୍ରଶଂସା କରିଥିଲେ ଶ୍ରୀମତୀ ଘୋଷ ।
ଆଇଏଚ୍ଏମ୍ , ଭୁବନେଶ୍ୱର ର ସେଫ୍ ଗୈାରବ କୁମାର ମିଲେଟ ରେସିପି କାର୍ଯ୍ୟକ୍ରମର ମାଷ୍ଟର ଟ୍ରେନର୍ ଭାବରେ କାର୍ଯ୍ୟ କରିଥିଲେ । ହୋଟେଲ ମେନୁରେ ମିଲେଟ୍ସର ଅନ୍ତର୍ଭୁକ୍ତି ଏପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ କୁମାର ସେଫଯ ମାନଙ୍କୁ ଅନୁସନ୍ଧାନ ଏବଂ ବିକାଶ ମାନସିକତା ନେଇ ପ୍ରଶିକ୍ଷଣରେ ଯୋଗ ଦେବାପାଇଁ ଉତ୍ସାହିତ କରିଥିଲେ ଏବଂ ଏହାକୁ ନିଜର ସ୍ୱତନ୍ତ୍ରତା ହିସାବରେ ପରିଚୟ ଦେବାପାଇଁ ପ୍ରବର୍ତ୍ତାଇଥିଲେ । ସେ ମିଲେଟ୍ସର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ବର୍ତ୍ତମାନ ସମୟରେ ଏହା ସ୍ୱାସ୍ଥ୍ୟ ଧାରା ବୋଲି କହିବା ସହ ଏହାକୁ ଆତିଥେୟତା ପର୍ଯ୍ୟାୟକୁ ନେବାପାଇଁ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏହାକୁ ବିଭିନ୍ନ ପ୍ରକାର କାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯିବା ସହ ଆକର୍ଷଣୀୟ ମଧ୍ୟ କରାଯାଇପାରିବ ।
ଏହି ଅବସରରେ ମିଲେଟ ମିଶନର ଅଧିକାରୀ ମିଶନର ଯାତ୍ରା ବିଷୟରେ ସଂକ୍ଷିପ୍ତ ଉପସ୍ଥାପନ ସହ ଏହା କିପରି ଭାବରେ ହୋଟେଲ ଓ ରେଷ୍ଟୁରାଣ୍ଟ ମାନଙ୍କରେ ସକ୍ରିୟ ଭାବରେ ସହଯୋଗ କରିପାରିବ ସେ ବିଷୟରେ ବର୍ଣ୍ଣନା କରିଥିଲେ । ଅଧିକାରୀ ଜଣକ ଆହୁରି ଜଣାଇଥିଲେ ଯେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡିକ ଚଳିତ ବର୍ଷ ନଭେମ୍ବରରେ ଧାର୍ଯ୍ୟ ହୋଇଥିବା ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀ ପର୍ଯ୍ୟନ୍ତ ଜାରିରହିବ । ସେ କହିଛନ୍ତି ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ପରିପ୍ରେକ୍ଷୀରେ ଓଡ଼ିଶାର ହୋଟେଲ ଗୁଡିକରେ ମେନୁ ମଧ୍ୟରେ ଏହାକୁ ସ୍ଥାନ ଦେବା, ବିଭିନ୍ନ ଫୁଡ ଫେଷ୍ଟିଭାଲରେ ମିଲେଟକୁ ପ୍ରୋତ୍ସାହନ ଦେବା ଏବଂ ଏହା ବିଷୟରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯିବ । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଏସୋସିଏସନ୍ ଅଫ୍ ଓଡ଼ିଶା ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା ।
ଏହି ପ୍ରଶିକ୍ଷଣ ସମୟରେ ସେଫ୍ ମାନେ ବିଭିନ୍ନ ପ୍ରକାର ମିଲେଟ୍ସ, କଞ୍ଚାମଲ ପ୍ରାପ୍ତି, ରୋଷେଇ ଘରର ସ୍ୱଚ୍ଛତା ଓ ନରିପତ୍ତା ବିଷୟରେ ବିଶଦ ଜ୍ଞାନ ସହ ଜଳଖିଆ ଏବଂ ବେକେରୀ ସାମଗ୍ରୀ ଉପରଏ ଧ୍ୟାନ ଦେଇ ବିଭିନ୍ନ ମିଲେଟ୍ସ ଆଧାରିତ ରେସିପି ବିଷୟରେ ସବିଶେଷ ତଥ୍ୟ ଓ ଜ୍ଞାନ ।ାହରଣ କରିଥିଲେ । ଏହା ବ୍ୟତୀତ କାର୍ଯ୍ୟକ୍ରମର ସଫଳତା ପାଇଁ ସାମଗ୍ରୀକ ଆଲୋଚନା ମଧ୍ୟ କରାଯାଇଥିଲା । ଅଂଶଗ୍ରହଣକାରୀଙ୍କୁ ତାଲିମ ଶେଷରେ ମିଲେଟ୍ସ ବିଷୟରେ ଜ୍ଞାନ ବୃଦ୍ଧିପାଇଁ ପୁସ୍ତିକା, ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା । ସେଫ୍ ମାନଙ୍କର ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଭବିଷ୍ୟତର ତାଲିମ କାର୍ଯ୍ୟକ୍ରମରେ ଯୋଗଦାନ ଦେବା ସହ ନିଜ ନିଜ ହୋଟେଲରେ ଏହାର ଭରପୂର ବ୍ୟବହାର ପ୍ରତି ସେମାନଙ୍କର ଆଗ୍ରହ ବେଶ ଉତ୍ସାହ ପ୍ରଦାନକାରୀ ଥିଲା ।

0
0
0
s2sdefault