ଲଖମରା ମହାବିଦ୍ୟଳୟ ୫ଟି ରୂପାନ୍ତରୀକରଣ ର ଶିଳାନ୍ଯାସ
ପଦ୍ମପୁର/ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ ସରେଇକେଲା ଓ ଲଖମରା ପଞ୍ଚାୟତ କାର୍ଯ୍ୟଳୟରେ ଶ୍ରମ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲଖମରା ପଞ୍ଚାୟତ ଅନ୍ତର୍ଗତ ଆଠଟି ଗ୍ରାମ ର ୧୪୪ ଜଣ ଓ ସରେଇ କେଲା ପଞ୍ଚାୟତ ଅନ୍ତର୍ଗତ ଚାରୋଟି ଗ୍ରାମର ୧୨୮ ଜଣ ହିତାଧିକାରୀଙ୍କୁ ଶ୍ରମ କାର୍ଡ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ହୃଦାନନ୍ଦ ବାରିକ, ସମିତି ସଭ୍ୟ ଶିବାନୀ ଲୁହାର, ପଞ୍ଚାୟତ ସଭାପତି ଅମରେଶ ଭୋଇ, ସରେଇକେଲା ସରପଞ୍ଚ ଉପେନ୍ଦ୍ର ପଟେଲ, ସମିତି ସଭ୍ୟ ଅନିତା ସାହୁ, ବରିଷ୍ଠ ନେତା ଠାକୁର ବେହେରା ଯୋଗ ଦେଇଥିଲେ l
ସେହିପରି ଲଖମରା +୨ ମହାବିଦ୍ୟାଳୟ ର ୫ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଯୋଗଦେଇ ୪୯ ଲକ୍ଷ ଟଙ୍କା ଅନୁମୋଦନ ରେ ନିର୍ମିତ ହେବାକୁ ଥିବା ଅତିରିକ୍ତ ଶ୍ରେଣୀ ଗୃହ, ପାଚେରୀ ଓ ଶୌଚାଳୟ ପାଇଁ ଶିଳାନ୍ୟାସ କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ମିଶ୍ର, ପୂର୍ବତନ ସରପଞ୍ଚ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l












