୧୦ ବର୍ଷ ପରିବର୍ତ୍ତେ ୫ବର୍ଷରେ ଅଧ୍ୟକ୍ଷ, ସହ-ନିର୍ଦ୍ଦେଶକ ବର୍ଗରେ ହେବେ ସାମିଲ
ଭୁବନେଶ୍ୱର,୧୦/୮: ବରିଷ୍ଠ ଶିକ୍ଷକପ୍ରଶିକ୍ଷକଙ୍କ ଚାକିରିରେ ପଦୋନ୍ନତି ମାନଦଣ୍ଡକୁ ସରକାର କୋହଳ କରିଛନ୍ତି।ପୂର୍ବରୁ ପଦୋନ୍ନତି ନେଇ ୧୦ବର୍ଷ ସମୟ ସୀମା ଥିଲା।ଏବେ ଏହାକୁ ବଦଳାଇ ୫ ବର୍ଷ କରାଯାଇଛି।ଅର୍ଥାତ ୫ ବର୍ଷ ଅଭିଜ୍ଞତା ହାସଲ ପରେ ବରିଷ୍ଠ ଶିକ୍ଷକପ୍ରଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ କିମ୍ବା ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଟିଇଆଣ୍ଡ୍ଏସ୍ସିଇଆରଟି)ର ସହକାରୀ ନିର୍ଦ୍ଦେଶକ ଶ୍ରେଣୀ(ରାଙ୍କ୍)ରେ ସାମିଲ ହେବେ।ରାଜ୍ୟ ସରକାର ବିଚାର ବିମର୍ଷ ପରେ ଏ ନିଷ୍ପତ୍ତି ନେଇଛନ୍ତି।ଖୁବଶୀଘ୍ର ଏହା ଲାଗୁ କରାଯିବ।







