ସାଲେଭଟା/ଶାସକ ପ୍ରଶାସକ ରୁ ଗୁରୁ ଶଙ୍କର ପାଇକ - କେନ୍ଦ୍ର ସରକାରଙ୍କ ` ହର ଘର ତ୍ରିରଙ୍ଗା´ କାର୍ଯ୍ୟ କ୍ରମ ଅନୁଯାୟୀ ଗତ କାଲି ତା 8/8/2023 ଠାରୁ ବଲାଙ୍ଗୀର ଜିଲ୍ଲା ସାଲେଭଟା ଡୁଡୁକା ଓ ଆଗଲପୁର ଉପ ଡାକ ଘର ଗୁଡିକରେ ତ୍ରିରଙ୍ଗା ର ବିକ୍ରୀ ଆରମ୍ଭ ହୋଇ ଯାଇଛି | ଗୋଟିଏ ତ୍ରିରଙ୍ଗା ର ମୂଲ୍ୟ ପଚିଶ ଟଙ୍କା ଅଟେ | ଏହା ଅଗଷ୍ଟ ଆଠ ତାରିଖ ଠାରୁ ବାର ତାରିଖ ପର୍ଯ୍ୟନ୍ତ ବିକ୍ରି କରାଯିବ ବୋଲି ଜଣାଯାଇଛି | ଆସନ୍ତା ତେର ତାରିଖ ଠାରୁ ଲୋକେ ନିଜ ନିଜ ଘର ଗୁଡିକରେ ତ୍ରିରଙ୍ଗା ଉଡାଇ ପାରିବେ ବୋଲି ଜାଣିବାକୁ ମିଳିଛି | ଶାଖା ଡାକ ଘର ଗୁଡିକୁ ପାଞ୍ଚଟି ଲେଖାଏଁ ତୀରଙ୍ଗା ଯୋଗାଇ ଦିଆଯାଇଥିବା କୁହାଯାଉଛି | ତେବେ ଦେଖା ଯାଉ ଏ ଇ ପାଞ୍ଚ ଦିନ ମଧ୍ୟ ରେ କେତେ ସଂଖ୍ୟକ ତ୍ରିରଙ୍ଗା ବିକ୍ରୀ ହେଉଛି |
ରାଜ୍ୟ
` ହର ଘର ତ୍ରିରଙ୍ଗା´ : ଡୁଡୁକା ଓ ଆଗଲପୁର ଉପ ଡାକଘର ଗୁଡିକରେ ତ୍ରିରଙ୍ଗା ବିକ୍ରୀ ଆରମ୍ଭ
- Hits: 266








