ଝାରସୁଗୁଡ଼ା, ଓଡ଼ିଶା, ୦୮ ଅଗଷ୍ଟ ୨୦୨୩: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଝାରସଗୁଡ଼ାର ଆଲୁମିନିୟମ ସ୍ମେଲଟରରେ ଓଡ଼ିଶା ସରକାରଙ୍କ କାରଖାନା ଓ ବଏଲର ନିର୍ଦ୍ଦେଶାଳୟ ସହିତ ଟ୍ରାନସଫର୍ମର ଫାୟାରସିନ ଆସୋସିଏସନକୁ ପ୍ରତିହତ କରିବା ଲାଗି ଏକ ମକ ଡ୍ରିଲ ଆୟୋଜନ କରିଥିଲା । ଏହି ଉଦ୍ଦେଶ୍ୟରେ ସବୁ ଶିଳ୍ପ ଗୁଡ଼ିକ ମଧ୍ୟରେ ଟ୍ରାନସଫର୍ମର ଅଂଚଳରେ ଚାଲିଥିବା ପ୍ରଥମ ପ୍ରକାରର ଡ୍ରିଲକୁ ଚିହ୍ନିତ କରିଛି, ସୁରକ୍ଷାର ଉତ୍କର୍ଷତା ପାଇଁ ବେଦାନ୍ତ ନିରନ୍ତର ପ୍ରତିଶ୍ରୁତିବଦ୍ଧ ରହିଛି ।
ଡ୍ରିଲର ମୂଳ ଉଦ୍ଦେଶ୍ୟ ହେଉଛି କମ୍ପାନିର ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ଆକଳନ କରିବା ସହ ସମ୍ବଲପୁର ଡିଭିଜନର କାରକାନା ଓ ବଏଲର ଡେପୁଟି ଡାଇରେକ୍ଟର ଶ୍ରୀ ସ୍ୱରୂପ ଜେନା ଓ ଶ୍ରୀ ମନୋଜ ମିଶ୍ର-ସହକାରୀ ନିର୍ଦ୍ଦେଶକ କାରଖାନା ଓ ବାଷ୍ପିତ୍ର ଝାରସୁଗୁଡ଼ାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଟ୍ରାନସଫର୍ମରର ମୂଳ ଉଦ୍ଦେଶ୍ୟ ମକ ଡ୍ରିଲରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ, ଟାଟା ରିଫ୍ରାକୋଟରୀ ଲିମିଟେଡ ଓ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ସମେତ ବିଭିନ୍ନ ସହଭାଗୀ ଶିଳ୍ପ ଗୁଡ଼ିକର ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଅଗ୍ନିକାଣ୍ଡ ଉପରେ ଧ୍ୟାନ ଦିଆଯାଇ ଜରୁରୀକାଳୀନ ପରିସ୍ଥିତିର ମୁକାବିଲାର ବିଭିନ୍ନ ପଦକ୍ଷେପ ଉପରେ ଦିଗଦର୍ଶନ ପ୍ରଦାନ କରାଯାଇଥିଲା ।
କମ୍ପାନିର ସୁରକ୍ଷା ଅଭ୍ୟାସକୁ ଉଲ୍ଲେଖ କରି ଶ୍ରୀ ସୁନୀଲ ଗୁପ୍ତା ସିଓଓ,ବେଦାନ୍ତ ଲିମିଟେଡ-ଆଲୁମିନିୟମ ବ୍ୟବସାୟ କହିଛନ୍ତିଯେ- ବେଦାନ୍ତ ଆଲୁମିନିୟମରେ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବେଦାନ୍ତ ଆଲୁମିନିୟମର ସୁରକ୍ଷା ଆର୍ସେନାଲରେ ମକ ଡ୍ରିଲ ଏକ ଉପଯୋଗୀ ଉପକରଣ । ଟ୍ରାନସଫର୍ମର ଅଗ୍ନିକାଣ୍ଡ ଉପରେ ମକ ଡ୍ରିଲ ଝାରସୁଗୁଡ଼ାର ଶିଳ୍ପ ସଂସ୍ଥା ଗୁଡ଼ିକ ମଧ୍ୟରେ ଏହା ପ୍ରଥମ ଆମର କର୍ମଚାରୀ ଓ ଗୋଷ୍ଠୀର କଳ୍ୟାଣ ପାଇଁ ନିଶ୍ଚିତ କରିବାକୁ ଆମର ପ୍ରତିଶ୍ରୁତି ପ୍ରତିଫଳିତ । ଏହିପରି ବ୍ୟାୟାମ ମାଧ୍ୟମରେ ଆମେ ଜରୁରୀକାଳୀନ ପ୍ରତିକ୍ରିୟା ପ୍ରଣାଳୀକୁ ମଜବୁତ କରିପାରିବା ।
ଜିଲ୍ଲାରେ ପ୍ରଥମ ଟ୍ରାନସଫର୍ମର ଫାୟାର ମକ ଡ୍ରିଲ ଆୟୋଜନ କରିଥିବାରୁ କମ୍ପାନିକୁ ପ୍ରଶଂସା କରି ସମ୍ବଲପୁର ଡିଭିଜନର କାରଖାନା ଓ ବଏଲର ଡେପୁଟି ଡାଇରେକ୍ଟର ଶ୍ରୀ ସ୍ୱରୂପ ଜେନା କହିଛନ୍ତିଯେ ବେଦାନ୍ତ ଆଲୁମିନିୟମ ଓ କାରଖାନା ଓ ବଏଲର ନିର୍ଦ୍ଦେଶାଳୟ ମକ ଡ୍ରିଲ ତଥା ଅନ୍ୟାନ୍ୟ ନିରାପତାପଦକ୍ଷେପ ପାଇଁ ଏହି ପ୍ରୟାସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଆମର କର୍ମଚାରୀ ତଥା ଗୋଷ୍ଠୀର ସୁରକ୍ଷା ପାଇଁ ଏହା ସହାୟକ ହେବ । ଟ୍ରାନସଫର୍ମର ନିଆଁ ପାଇଁ ଏହି ଅଂଚଳରେ ଏପରି ମକ ଡ୍ରିଲ ସୁରକ୍ଷା ଅଭ୍ୟାସକୁ ଅଧିକ ମଜବୁତ କରିବ ।
ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟର ଏକ ଅବିଛେଦ୍ୟ ଅଙ୍ଗ ଭାବେ ସର୍ବଦା ସୁରକ୍ଷା ପ୍ରଣାଳୀକୁ ଅଗ୍ରାଧିକାର ଦେଇଥାଏ । କମ୍ପାନି କ୍ରମାଗତ ଭାବେ ଉନ୍ନତ ନିରାପତା ତାଲିମ ଓ ଅତ୍ୟାଧୁନିକ ସୁରକ୍ଷା ଉପକରଣକୁ ଏହାର ନିରାପତା ପ୍ରଣଳୀରେ ଅନ୍ତର୍ଭୁକ୍ତ କରିଛି । ଏହାର ମୁଖ୍ୟ ପ୍ରୟାସ ଗୁଡ଼ିକ ଏହିପରି ଭାବେ ରଖାଯାଇଛି:
-
ସଂପ୍ରତି ଓଡ଼ିଶା ସରକାରଙ୍କ କାରଖାନା ଓ ବଏଲର ନିର୍ଦ୍ଦେଶାଳୟର ସହଯୋଗରେ କମ୍ପାନି ଏକ ପ୍ରଭାବଶାଳୀ ଶିଳ୍ପ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଛି ଯାହା ପଶ୍ଚିମ ଓଡ଼ିଶାର ବିଭିନ୍ନ ଶିଳ୍ପ ସଂସ୍ଥା ଗୁଡ଼ିକ ଲାଗି ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ୪୫୦ରୁ ଅଧିକ ଅଂଶଗ୍ରହଣକାରୀ ଉପକୃତ ହୋଇପାରିବେ।
-
କର୍ମଚାରୀ ଓ ବ୍ୟବସାୟ ସହଭାଗୀମାନଙ୍କୁ ପ୍ରଭାବଶାଳୀ ସୁରକ୍ଷା ତାଲିମ ପାଇଁ ଅଗମେଂଟେଡ ରିୟଲିଟି (ଏଆର) ଓ ଭର୍ଚୁଆଲ ରିୟଲିଟି (ଭିଆର)କୁ ସଶକ୍ତ କରିବା ।
-
ଆଚରଣ ଭିତିକ ଅଭ୍ୟାସକୁ ସୁନିଶ୍ଚିତ କରିବା ପାଇଁ ବେଦାନ୍ତ ଆଲୁମିନିୟମ ଦ୍ୱାରା ଏକ ସୁରକ୍ଷା ସଂସ୍କୃତି ପରିବର୍ତନ କାର୍ଯ୍ୟକ୍ରମ ସଂକଳ୍ପକୁ କାର୍ଯ୍ୟକାରୀ କରାଯାଉଛି ।
-
ସୁରକ୍ଷା ଷ୍ଟାଣ୍ଡ ଡାଉନ ଯେଉଁଠାରେ ନେତୃତ୍ୱ ଦଳ ସ୍ୱାସ୍ଥ୍ୟ ନିରପତା ଓ ପରିବେଶର ବିଭିନ୍ନଦିଗକୁ ହାଇଲାଇଟ କରିବା ପାଇଁ କର୍ମଚାରୀଙ୍କ ସହିତ ସିଧାସଳଖ ଜଡ଼ିତ ।
-
ଅଗ୍ନିବାହନୀ- ଅଗ୍ନିଶମ ବିଭାଗର ଜଟିଳ କୌଶଳକୁ ବ୍ୟାପକ କରିବା ଲାଂଗି ସ୍ୱତନ୍ତ୍ର ତାଲିମପ୍ରାପ୍ତ ମହିଳା ଦଳ ।
-
ମକ ଡ୍ରିଲ ଓ ନିରାପତା ସଚେତନତା କୁ ଏନଡିଆରଏଫ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷଙ୍କ ସହାୟତାରେ ପରିଚାଳନା କରାଯାଉଛି ।
-
ଇଣ୍ଡକ୍ସନ ପ୍ରୋଗ୍ରାମ ଯାହାର ନାମ ପେହଚାନକୁ ପ୍ରଣୟନ କରାଯାଇ ନିରାପତା ଉପରେ ଗୁରୁତ୍ୱ ଦିଆଯାଉଛି ।
-
ଅଗ୍ନି, ବିଦ୍ୟୁତ ଓ ଘରୋଇ ନିରାପତା ତାଲିମ ଅଧିବେଶନ ଜରିଆରେ ଘର ତଥା ସ୍କୁଲ ଛାତ୍ର –ଛାତ୍ରୀମାନଙ୍କୁ ସଚେତନ କରାଯାଉଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ରାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ରାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।











