ହେଡଲାଇନସ୍:

ତୁଟିଲା ବିବାଦ; ଆଜି ମହାପ୍ରଭୁଙ୍କ ବନକ ଲାଗି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ଆଜି ହେବ ତିନି ଠାକୁରଙ୍କ ବନକ ଲାଗି । ଘଟିଛି ବନକ ନିତୀ ବିବାଦର ଅନ୍ତ । ବନକ ଲାଗି ପାଇଁ ସନ୍ଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ।

ଦୀର୍ଘ ୪୦ ଦିନ ପରେ ହେବ ମହାପ୍ରଭୁଙ୍କ ବନକ ଲାଗି । ବନକ ଲାଗି ପାଇଁ ଲାଗିଥିଲା ବିବାଦ । ପ୍ରଶାସନ ଓ ଦତ୍ତମହାପାତ୍ର ସେବକଙ୍କ ଜିଦିବାଦି ଯୋଗୁଁ ଦୀର୍ଘ ଦିନ ଧରି ମହାପ୍ରଭୁ ମାନଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇ ନାହିଁ । ବୁଧବାର ଓ ଗୁରୁବାରକୁ ନେଇ ଉପୁଜିଥିଲା ବିବାଦ । ଯାହା ସମଗ୍ର ଜଗନ୍ନାଥ ଭକ୍ତଙ୍କୁ କଷ୍ଟ ଦେଇଥିଲା । ଦତ୍ତମହାପାତ୍ର ସେବକଙ୍କ ଲିଖିତ ପ୍ରତିଶୃତି ପରେ ଆଜିର ଦିନକୁ ବନକ ଲାଗି କରିବାକୁ ସ୍ଥିର କରାଯାଇଛି । ଦ୍ୱିତୀୟ ଭୋଗ ମଣ୍ଡପ ଉଠିଲା ପରେ ଦର୍ଶନକୁ ବନ୍ଦ ରଖାଯିବ । ସନ୍ଧ୍ୟା ୬ଟାରୁ ରାତ୍ର ୧୧ ଟା ଯାଏଁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଥିବା ମନ୍ଦିର ପ୍ରଶାସନ ତରଫରୁ ଜଣାପଡିଛି ।

0
0
0
s2sdefault